Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ ମାସ ହେଲା ସରକାରୀ ବସ୍ ବନ୍ଦ: ଯାତ୍ରୀ ହନ୍ତସନ୍ତ : ତୁରନ୍ତ ଚଳାଚଳ ନ ହେଲେ ଆନ୍ଦୋଳନ ପାଇଁ ମସୁଧା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜନସାଧାରଣମାନଙ୍କ ଗମନାଗମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଶାଖା ପ୍ରତିଷ୍ଠା କରାଯାଇଥିଲା । ଶାଖା ପ୍ରତିଷ୍ଠା ହେବା ପର‌ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣଙ୍କ ଯାତାୟାତ କ୍ଷେତ୍ରରେ ସୁବ୍ୟବସ୍ଥା ହୋଇପାରୁଥିଲା । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଠାରୁ କାଟିଙ୍ଗିଆ ପର୍ଯ୍ୟନ୍ତ ଭାୟା- ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗିବାଡ଼ି ଏବଂ ବ୍ରାହ୍ମଣୀ ଗାଁ ଦେଇ ପ୍ରତ୍ୟେକ ଦିନ ୨ ଗୋଟି ସରକାରୀ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣ ମାନେ ଗ୍ରାମାଞ୍ଚଳଠାରୁ ଜିଲ୍ଲାର ସଦର ମହକୁମାକୁ ସୁବିଧାରେ ଯାତାୟାତ କରିପାରୁଥିଲେ । ଏ ସମ୍ପର୍କରେ ଫୁଲବାଣୀ ଡିପୋ ମ୍ୟାନେଜର କୁମାର ବଗର୍ତ୍ତୀ ଏବଂ ଶାଖା ପରିଚାଳକ ବନ୍ଧନ ଦାସଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ସେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଆଗାମୀ ଏକ ସପ୍ତାହ ମଧ୍ୟରେ ଉଭୟ ଫୁଲବାଣୀ ଠାରୁ କାଟିଙ୍ଗିଆ ଏବଂ କାଟିଙ୍ଗିଆ ଠାରୁ ଫୁଲବାଣୀ ପର୍ଯ୍ୟନ୍ତ ୨ ଗୋଟି ମାର୍ଗରେ ପୁନର୍ବାର ବସ୍ ଚଳାଚଳ କରିବାର ବ୍ୟବସ୍ଥା କରିବା ପାଇଁ ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ରାଇକିଆ ଏବଂ ଘୁ.ଉଦୟଗିରି ଅଞ୍ଚଳବାସୀ ଦାବି କରିଛନ୍ତି । ଯଦିଓ ଆଗାମୀ ଦିନ ମଧ୍ୟରେ ନିର୍ଧାରିତ ମାର୍ଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ପୁନର୍ବାର ବସ୍ ଚଳାଚଳର ବ୍ୟବସ୍ଥା କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ଅଞ୍ଚଳ ବାସୀ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ