Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାମ୍ପରକେଲା ସାପ୍ତାହୀକ ହାଟରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ସମ୍ବଲପୁର(ଟାମ୍ପରକେଲା);ସମ୍ବଲପୁର ଜିଲ୍ଲାର ରେଙ୍ଗଲି ବ୍ଲକ ଟାମ୍ପରକେଲା ଗୁରୁବାର ସାପ୍ତାହିକ ହାଟରେ ଏଥର ମିଳିବ ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା।ଏଥିପାଇଁ ଆଜି ଏକ ସ୍ୱତନ୍ତ୍ର ବଜାରକୁ ବାହାମ ସରପଞ୍ଚ ଚିତ୍ତାମ୍ବିନୀ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଛନ୍ତି। ଓଡ଼ିଶା ଜୀବିକା ମିଶନ ଓ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଜୈବିକ ଉତ୍ପାଦିତ ପନିପରିବା ବିକ୍ରୟ କରିବା ପାଇଁ ଏହି ହାଟ ଖୋଲାଯାଇଛି । ଏଥିରେ ଏମବିକେ ସଞ୍ଜୁକ୍ତା ସାହୁ,ଏଓ ଚିନ୍ତାମଣି କୁମଁର,ୱାଡମେମ୍ବର ସବିତା ତ୍ରୀପାଠି,ମାସର ମୁରାରୀ କୁମାର ପ୍ରଧାନ, ସଂଯୋଜକ ସୁଚିତ୍ରା ମେହେର, ପ୍ରୋଜେକ୍ଟ ଆସୋସିଏଟ୍ ଇତିଶ୍ରୀ ସା ପ୍ରମୁଖ ଯୋଗଦେଇ ଜୈବିକ ଉତ୍ପାଦିତ ଫସଲର ଉପକାରିତା ଓ ସ୍ୱାସ୍ଥ୍ୟ ପାଇଁ କେତେ ଫଳପ୍ରଦ ସେ ସଂପର୍କରେ ବୁଝାଇ ଜୈବିକ ଉତ୍ପାଦିତ ଫସଲ ପ୍ରତି ସମସ୍ତେ ଜତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।ଏଥିପାଇଁ ବାହାମ ଗ୍ରାମ ପଞ୍ଚାୟତ ଜୟଦୁର୍ଗା ପାଠାଗାରରେ ଏକ ସଭା ଆୟୋଜିତ ହୋଇଥିଲା। ଫେସର ମାଷ୍ଟର ଟ୍ରେନର ବୈଜୟନ୍ତୀ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରି ସଭାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଭ୍ୟାମାନେ କେଉଁ ଗ୍ରାମରେ କେତେ ଫସଲ ଅମଳ ହେଉଛି କେତେ ପରିବାର ଜୈବିକ କୃଷି ସାମଗ୍ରୀ ଉତ୍ପାଦନ କରୁଛନ୍ତି ଆଉ କ’ଣ କ’ଣ ଚାଷ କରୁଛନ୍ତି ତାର ତାଲିକା ପ୍ରଦାନ କରିଥିଲେ|ସେହି ଚାଷୀ ତାଙ୍କ ଜୈବିକ ଉତ୍ପାଦିତ ଫସଲକୁ ଆଣି ହାଟରେ ବସାଇବା ନିଷ୍ପତ୍ତି ନିଆଯାଇଥିଲା । ଏଣିକି ପ୍ରତି ଗୁରୁବାର ସାପ୍ତାହୀକ ହାଟରେ ଏହି ଜୈବିକ ଉତ୍ପାଦିତ ଫସଲ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ସାଥି କୃଷି ମିତ୍ର ଓ ମିଶନଶକ୍ତି ସ୍ୱୟଂ ସହାୟକ ଦଳର ସଦସ୍ୟା ମାନେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟଯେ ଜୈବିକ ଉତ୍ପାଦିତ ପନିପରିବା ଓ ଫସଲର ଗୁଣାତ୍ମକ ଦିଗ ଉପରେ ଦୃଷ୍ଟିରେ ରଖାଯାଇ ସମ୍ବଲପୁର ଜିଲ୍ଲାର ଜୟନ୍ତପୁର,ସାଲଟ ପଞ୍ଚାୟତର କାଶିପାଲି ଓ ବାହାମ ପଞ୍ଚୟତର ପଡିଆବାହାଲ ପରେ ଆଜି ଟାମ୍ପରକେଲାରେ ଏହା ଚତୁର୍ଥ ହାଟ ଭାବେ ଉଦଘାଟିତ ହୋଇଛି।ଏହି ବଜାର ଗୁଡିକରେ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜୈବିକ ପନିପରିବା ଯଥା ଆଳୁ, ପିଆଜ, ଶାଗ, ବାଇଗଣ, ଟମାଟ, ଭେଣ୍ଡି, କାକୁଡି, ଶିମ୍ବ, ଝୁଡ଼ଙ୍ଗ, ବୋଇତି କଖାରୁ, ଲଙ୍କା, କୋବି, କଲରା, ଲାଉ, ମକା, ସାରୁ ଇତ୍ୟାଦି ପନି ପରିବା ବିକ୍ରିକରାଯିବା ପାଇଁ ଲକ୍ଷ ରଖାଯାଇଛି। ଜିଲ୍ଲାରେ ପ୍ରଥମ କରି ଏଭଳି ସ୍ବତନ୍ତ୍ର ହାଟ ଆରମ୍ଭ ହୋଇଛି । ଯାହାଦ୍ବାରା କି ଏହି ଅଞ୍ଚଳର ଚାଷୀ ମାନେ ବଜାର ସୁବିଧା ପାଇପାରିବେ। ତାଙ୍କ ଜୈବିକ ଉତ୍ପାଦର ମୂଲ୍ୟ ଠିକ ଭାବରେ ପାଇପାରିବେ । ବିଶେଷକରି ଟାମ୍ପରକେଲା ପଞ୍ଚାୟତରେ ଜୈବିକ ଚାଷୀ ସଂଖ୍ୟା ବଢେଇବା ସହିତ ସମସ୍ତେ ଯେମିତି ତାଙ୍କ ଉତ୍ପାଦିତ ଜିନିଷକୁ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ ସେ ବିଷୟରେ ନିଶ୍ଚିତ କରାଯାଇଥିଲା। ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଅଧୀନରେ ଥିବା ଆଞ୍ଚଳିକ ମଞ୍ଚ ଗୁଡ଼ିକ ପାଳିକରି ପ୍ରତି ସପ୍ତାହରେ ଏହାର ଦାୟିତ୍ବ ନେଇଏଭଳି ଜୈବିକ ଫସଲ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ହାଟର ପ୍ରତି ସାପ୍ତାହିକ ବଜାରରେ ଏହି ଜୈବିକ ଉତ୍ପାଦ ବିକ୍ରି ବ୍ୟବସ୍ଥା କରିବାର ଲକ୍ଷ୍ୟ ରହିଛି I ସେହି କ୍ରମରେ ଆସନ୍ତା କାଲି ଶୁକ୍ରବାର ଦିନ ପୁଣି ଏହା ମେଘପାଳରେ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ