Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବକ୍ସମl ପ୍ରୀମିୟର ଲିଗ୍ ଉଦଘାଟିତ

କୁଚିଣ୍ଡା : ଗତ ସୋମବାର ଦିନ ବକ୍ସମା ଖେଳ ପଡିଆ ଠାରେ ବକ୍ସମା ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ୧୫ ଓଭର ବିଶିଷ୍ଟ ଏହି କ୍ରିକେଟ ପ୍ରତିଯୋଗିତାରେ ସଞ୍ଜୟ ପାତ୍ରଙ୍କ ମାଲିକାନାରେ ଥିବା ଇଣ୍ଡିଆନ ଷ୍ଟ୍ରାଇକର୍ସ , ଶତ୍ରୁଘ୍ନ ବୁଡ଼ାଙ୍କ ବକ୍ସମା ଫାଇଟର୍ସ, ସରୋଜ ଠାକୁରଙ୍କ ତୋଫାନ ଜାଗୁଆର୍ସ ଏବଂ କମଳ ମେହେରଙ୍କ ଦୋଭୟା ଟାଇଗର୍ସ ଦଳ ଅଂଶ ଗ୍ରହଣ କରୁଛନ୍ତି।
ସୋମବାର ଦିନ ଏହି କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବକ୍ସମା ହାଇସ୍କୁଲର ପ୍ରଧାନ ଶିକ୍ଷକ ବ୍ରଜମୋହନ ରଣା ଯୋଗ ଦେଇ ଫିତା କାଟି ଏବଂ ପୂଜାଚ୍ଚର୍ଣ୍ଣା କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଅବସରରେ ସେ ଖେଳାଳୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଏହିପରି ଛୋଟ ଛୋଟ ପଡ଼ିଆରୁ ବଡ ବଡ ଖେଳାଳୀ ସୃଷ୍ଟି ହୁଅନ୍ତି , ଏଣୁ ଖେଳକୁ ଜୀବନରେ ଗୁରୁତ୍ତ୍ଵ ଦେବାକୁ ସେ ପରାମର୍ଶ ଦେଇଥିଲେ।ସେହିପରି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ସମିତି ସଭ୍ୟ ରଶ୍ମି କୁସୁମ କହିଲେ ଯେ, ଆଜିକାଲି କ୍ୟାରିୟର ଦୃଷ୍ଟିକୋଣରୁ ଖେଳର ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଭୂମିକା ରହିଛି , ଏଣୁ ଖେଳକୁ ମଧ୍ୟ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବାକୁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏମାନଙ୍କ ସହିତ ସମ୍ମାନୀୟ ଅତିଥି ଭାବରେ ସାମ୍ବାଦିକ ସଞ୍ଜୟ ମିଶ୍ର, ଖେଳ ଶିକ୍ଷକ ପ୍ରକାଶ ପଟେଲ, ବିକାଶ ପୃଷ୍ଟେ ଏବଂ ରାଜେଶ ଜୟପୁରିଆ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଇଣ୍ଡିଆନ ଷ୍ଟ୍ରାଇକର୍ସ ଏବଂ ବକ୍ସମା ଫାଈଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବକ୍ସମା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧୮୭ ରନ କରିଥିଲେ ଏହାର ପିଛା କରି ଇଣ୍ଡିଆନ ଷ୍ଟ୍ରାଇକର୍ସ ଦଳ ୧୨.୫ ଓଭାରରେ ସମସ୍ତ ୱିକେଟ ହରାଇ ୧୧୮ ରନ କରି ପରାଜୟ ବରଣ କରିଥିଲେ। ସେହିପରି ଦ୍ବିତୀୟ ମ୍ୟାଚଟି ତୋଫାନୀ ଜାଗୁଆର୍ସ ଏବଂ ଦୋଭାୟା ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଟସ ଜିତି ତୋଫାନୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୬୫ ରନ କରିଥିଲେ, ଏହାର ଉତ୍ତରରେ ଦୋଭାୟା ଦଳ ୧୪.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୫ ରନ କରି ପରାଜୟ ବରଣ କରିଥିଲେ। ଏହି ପ୍ରତିଯୋଗିତାଟି ପ୍ରାୟ ୫ ଦିନ ଧରି ଚାଲିବ ବୋଲି ଜଣା ପଡିଛି।