Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଞ୍ଜlପାଲି ଆଶ୍ରମ ସ୍କୁଲ ରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ଆଶ୍ରମ ସ୍କୁଲ ରେ ଗୁରୁବାର ଦିନ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋନପୁରର ରେଆର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍କୁଲ ର ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରେଆରର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ , ଖାଉଟି ପରାମର୍ଶ କେନ୍ଦ୍ର ର ପରାମର୍ଶଦାତା ସୁଦାମ ଗାଇଗରିଆ , କାର୍ଯ୍ୟକ୍ରମ ଅଧିକାରୀ ଅବନୀ କୁମାର ଶତପଥୀ , ସୁଶାନ୍ତ ସା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖାଉଟି ସୁରକ୍ଷା ସଚେତନତା ଉପରେ ଛାତ୍ରୀଛାତ୍ର ଙ୍କୁ ସଚେତନ କରିଥିଲେ। ସୁଦାମ ନାଏକ ଓ ସାଥୀ ପାଲା ପରିବେଷଣ କରି ଖାଉଟି ଅଧିକାର ତଥା ଖାଉଟି ସଚେତନତା ଉପରେ ଛାତ୍ରୀଛାତ୍ର ଙ୍କୁ ସଚେତନ କରିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।