Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶନ୍ନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର:ଭୁବନେଶ୍ୱରକୁ ଏୟାରଲିଫ୍ଟରେ ସ୍ଥାନାନ୍ତର :ଗାଁ ଗାଁରେ ଆଶୁ ଆରୋଗ୍ୟ ପାଇଁ ପୂଜା ପ୍ରାର୍ଥନା

ସମ୍ବଲପୁର:ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନକୁ ସ୍ଥିର ରହିଛି।ତେବେ ଉଚ୍ଚତର ଚିକିତ୍ସା ପାଇଁ ଆଜି ସମ୍ବଲପୁର ବିକାଶ ହସପିଟାଲରୁ ତାଙ୍କୁ ଏୟାରଲିଫ୍ଟରେ ଭୂବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱରରୁ ବରଗଡ ଫେରୁଥିବା ସମୟରେ ରେଢ଼ାଖୋଲ ଲୁହାପଙ୍କ ବେଳଡିହି ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଇନୋଭା କାର୍ ଧକ୍କା ହେବାରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି I ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଏବଂ ତାପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତ‌ାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶରୀରରେ ୩୬ଟି ଷ୍ଟିଚ୍ ପଡ଼ିଛି I ତେବେ ଆଜି ଅପରାହ୍ନରେ ହୀରାକୁଦ ଏୟାର ଷ୍ଟ୍ରିପ୍ ଜମାଦାରପାଲି ରୁ ତାଙ୍କୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଛି I ଏହି ଦୁର୍ଘଟଣାରେ ଶ୍ରୀ ଆଚାର୍ଯ୍ୟଙ୍କ ପିଏସଓ ରାଘବ ପ୍ରଧାନ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଅବଦୁଲ ରକିବ୍ ସାମାନ୍ୟ ଆହାତ ହୋଇଛନ୍ତି।ଶ୍ରୀ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମାନା ପାଇଁ ସମଗ୍ର ପଶ୍ଚିମ ଓଡାଶାରେ ବ୍ୟଗ୍ରତା ପ୍ରକାଶ ପାଇବା ସହିତ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯାଉଛି।
ପ୍ରଶନ୍ନଙ୍କ ଆଶୁ ଆରୋଗ୍ୟ କାମନା କରି ଗାଁ ଗାଁରେ ଦୀପ ସହ ପ୍ରାର୍ଥନା କରାଯାଉଛି। ଆଜି କୁକୁଡାପାଲି ବାହାମର କଦଲିମୁଣ୍ଡା ଓ ଖଲିଆପାଲି,ଡଙ୍ଗରପଡାର ପଟୁଆବାହାଲ ମନ୍ଦିରରେ ବିଜେଡି କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଏଥିରେ ସାମିଲ ଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ