Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଯୋଗ ହିଁ ମଣିଷର ମାନସିକତା କୁ ସନ୍ତୁଳିତ ରଖି ଏକ ସୁସ୍ଥ ଜୀବନ ଗଠନ କରିବାର ମୂଳ ମନ୍ତ୍ର: ସଭାପତି ମହାନ୍ ସଂଘ

ବ୍ରହ୍ମପୁର:ମୋରାଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ,ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ବିଶ୍ବ ଯୋଗ ଦିବସ କୁ ଆଖି ଆଗରେ ରଖି “ଯୋଗ ଉତ୍ସବ ୨୪” ପାଳନ କରାଯିବ।ଏହି ପରିପ୍ରେକ୍ଷୀରେ ଶହେ ଦିନିଆ ଯୋଗର ମୂଲ୍ୟବୋଧ ଉପରେ ଆଲୋକପାତ କରିବା ନିମନ୍ତେ ଭାରତର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରିବା ନିମନ୍ତେ ନିଷ୍ପତି ହୋଇଛି। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ମୋରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ବପକ୍ଷରୁ ଗତ ମାର୍ଚ୍ଚ ୧୩ ତାରିଖ ଦିନ ଯୋଗ ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଓଡିଶାରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷ ରୁ ମାର୍ଚ୍ଚ ୨୨ ସକାଳ ୮ ଘଟିକା ରୁ ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର ନିଳକଣ୍ଠ ନଗର ଠାରେ ଏକ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ନେଇ ଯୋଗ ଉତ୍ସବ ୨୪ ମୋରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ସହୋଜୋଗରେ ଅନୁଷ୍ଟିତ ହେବ।ଉତ୍ସବକୁକୁ ସଫଳ କରିବା ଉପଲକ୍ଷେ ହୋଟେଲ ଗାୟତ୍ରୀ ସମ୍ମିଳନୀ ପ୍ରକୋଷ୍ଠ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ମହାନ୍ ସଂଘ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ବିସ୍ତୃତ ଭାବେ ସୂଚନା ଦେବା ସହ,ଯୋଗ ହିଁ ମଣିଷର ମାନସିକତା କୁ ସନ୍ତୁଳିତ ରଖି ଏକ ସୁସ୍ଥ ଜୀବନ ଗଠନ ର ମୂଳ ମନ୍ତ୍ର ଏଣୁ ଯୋଗ ସଚେତନତା ନେଇ ବିଶାଳ କାର୍ଯ୍ୟ କ୍ରମ କାଲି କରିବା ସହ, ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟ କ୍ରମ ବ୍ୟାପକ ଭାବେ ସଂଘ ତରଫରୁ ଆୟୋଜନ କରାଯିବା ବୋଲି ସୂଚନା ଦେଇଛନ୍ତି। ୨୨ ମାର୍ଚ୍ଚ ସକାଳ ୮ ଘଟିକାରେ କାର୍ଯ୍ୟକ୍ରମ ଉଦଘାଟନ ଓ ପରେ ପରେ ଯୋଗ ଉପରେ ଆଲୋଚନା , ପ୍ରତିଯୋଗିତା , ଯୋଗ ତାଲିମ, ଯୋଗ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବବୋଲି ସଂଘ ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ସୂଚନା ଦେଇଥିଲେ। ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିବା ବେଳେ, ମହାନ୍ ସଂଘ ମହିଳା ବିଭାଗ ସଭାନେତ୍ରୀ ଶ୍ରୀମତୀ ଦେବୀପ୍ରଭା ରଥ, ପ୍ରକଳ୍ପ ଅଧ୍ୟକ୍ଷ ସୁବ୍ରତ କୁମାର ପାଣିଗ୍ରାହୀ,ବରିଷ୍ଟ ସଦସ୍ୟ ସୀମାଞ୍ଚଲ୍ ପାଣିଗ୍ରାହୀ, ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ମନୋରଞ୍ଜନ ପାଢ଼ୀ, ଡ. ସନ୍ଧ୍ୟା ପଟ୍ଟନାୟକ, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ ପ୍ରମୁ ଖ ଉପସ୍ଥିତ ଥିଲେ।