Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ତିନି ଗିରଫ: ଦୁଇ ଫେରାର : ଦୁଇଟି କାର ସହ ୧୩୨ କେଜି ଗଞ୍ଜେଇ ଓ ନଗଦ ୪ ଲକ୍ଷ ଟଙ୍କା ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୁଲିସ ପଞ୍ଝାରେ ପଡିଛି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ରାକେଟ । ଯାହାକୁ ନେଇ ପୁଲିସ ଏବେ ଚଳଚଞ୍ଚଳ ହୋଇ ପଡିଛି । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବାଲିଗୁଡା ପୁଲିସ ପକ୍ଷରୁ ବାରଖମା ନିକଟସ୍ଥ ଡାବୁଡାକା ଘାଟିରେ ବୁଧବାର ଦିନ ବାଲିଗୁଡା-ଲଣ୍ଡାଗାଁ ରାସ୍ତା ରେ ବ୍ଲକିଂ କରି ଗାଡି ମୋଟର ଚେକିଙ୍ଗ କରୁଥିବା ବେଳେ ସେହି ରାସ୍ତା ଦେଇ ଦୁଇଟି କାର ଆସୁଥିବା ବେଳେ ପୁଲିସ ର ବ୍ଲକିଂ ଓ ଚେକିଙ୍ଗ ଦେଖି ଦୁଇ ଜଣ ଓହ୍ଲାଇ ଦୌଡି ପଳାଇଥିଲେ । ଏହି ସମୟ ରେ ସେଠାରେ ଉପସ୍ଥିତ ଥିବା ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଗାଡିରେ ଥିବା ଅନ୍ୟ ତିନି ଜଣଙ୍କୁ କାବୁ କରିଥିଲେ । ଏହା ପରେ ଦୁଇଟି କାର କୁ ପୁଲିସ ଚେକିଙ୍ଗ କରିବା ବେଳେ ସେହି କାର ରୁ ୫ ଟି ବସ୍ତାରେ ୧୩୨ କେଜି ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ୫ ଟି ମୋବାଇଲ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଗିରଫ ବ୍ୟକ୍ତି ମାନେ ହେଲେ ରାଉଲକେଲା ର ଅଶୋକ ଗିରି,ତାମିଲନାଡୁ ର ଲୌର୍ଦୋ ଆଣ୍ଟୋନୀ ଓ ଜେ.ସେଲଭା କୁମାର ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଛି ଯେ, ଏହି ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ତାମିଲନାଡୁ କୁ ଚାଲାଣ କରୁଥିଲେ ଓ ସେଠାରେ ବିକ୍ରି କରି ମୋଟା ଆଙ୍କର ଅର୍ଥ ରୋଜଗାର କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ କରି ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଜଣାଇଛନ୍ତି । ଏଠାକୁ ବ୍ୟବସାୟ କରିବାକୁ ଆସି ଗଞ୍ଜେଇ କ୍ରୟ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଏ ନେଇ ବାଲିଗୁଡା ଥାନା କେଶ ନଂ. ୭୫/୨୪ ରେ ଏକ ମାମଲା ରୁଜୁ କରି ଏସଆଇ ବିକାଶ କୁମାର ଜାଲି ଙ୍କୁ ଏହାର ତଦନ୍ତ ଭାର ଦିଆଯିବା ସହ ଅଧିକ ତଦନ୍ତ ଚାଲିଥିବା ବିଷୟ ଏସଡିପିଓ ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ