୨୦୨୪ ଭୂମାଶ୍ରୀ ସମ୍ମାନ ପାଇବେ ଡଃ.ଶ୍ୟାମ ସୁନ୍ଦର ଧର

ସମ୍ବଲପୁର:ଡଃ.ଶ୍ୟାମ ସୁନ୍ଦର ଧର ଚଳିତ ବର୍ଷର ପାଇବେ ଭୂମାଶ୍ରୀ ସମ୍ମାନ। ବସୁମତୀ ସାହିତ୍ଯ ସଂସଦ,ସମ୍ବଲପୁରର ନିଷ୍ପତ୍ତି କ୍ରମେ ୨୦୨୪ର “ଭୂମାଶ୍ରୀ ସମ୍ମାନ” ଡଃ.ଧରଙ୍କୁ ଦିଆଯିବ। ସମ୍ବଲପୁରୀ ଓ ଓଡ଼ିଆ ଭାଷାର ପ୍ରଖ୍ୟାତ ଲେଖକ ତଥା ସଂସ୍କୃତି ବିଶେଷଜ୍ଞ ହେଉଛନ୍ତି ଡକ୍ଟର ଶ୍ଯାମ ସୁନ୍ଦର ଧର। ଏ ନେଇ ଭୂମାଶ୍ରୀର ସାଧାରଣ ସଂପାଦକ ସୌଭାଗ୍ଯବନ୍ତ ମହାରଣା ସୂଚନା ଦେଇଛନ୍ତି।