Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋରଜୀ ଦେଶାଇ ଯୋଗ ପ୍ରତିଷ୍ଠାନ, ନୂଆଦିଲ୍ଲୀ ଓ ମହାନ୍ ସଂଘ ପକ୍ଷରୁ ଯୋଗ ଉତ୍ସବ ୨୪ ପାଳିତ

ବ୍ରହ୍ମପୁର:ମୋରାଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ,ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ବିଶ୍ବ ଯୋଗ ଦିବସ କୁ ଆଖି ଆଗରେ ରଖି “ଯୋଗ ଉତ୍ସବ ୨୪” ପାଳନ ପରିପ୍ରେକ୍ଷୀରେ ଶହେ ଦିନିଆ ଯୋଗ ର ମୂଲ୍ୟବୋଧ ଉପରେ ଆଲୋକପାତ କରିବା ନିମନ୍ତେ ଭାରତର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ଅବସରରେ ଆଜି ରାଜ୍ୟର ଅଗ୍ରଣୀ ସମାଜ ସେବୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ସକାଳ ୮ ଘଟିକା ରୁ ସରସ୍ଵତି ଡିଗ୍ରୀ ବିଦ୍ୟା ମନ୍ଦିର ନିଳକଣ୍ଠ ନଗର ଠାରେ ଏକ ହଜାର ରୁ ଛାତ୍ର ଛାତ୍ରୀ ଙ୍କୁ ନେଇ “ଯୋଗ ଉତ୍ସବ ୨୪ ” ମୋରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ସହୋଜୋଗରେ ଅନୁଷ୍ଟିତ ହୋଇଯାଇଛି ।
ଉତ୍ସବକୁ ବିଶିଷ୍ଟ ସମାଜସେବୀ, ସଂଗଠକ ତଥା ମହାନ୍ ସଂଘ ପ୍ରତିଷ୍ଠାତା ଶ୍ରୀ ସୁଶାନ୍ତ କୁମାର ସାବତ ଉଦ୍ଘାଟନ କରି ଯୋଗ ହିଁ ଜୀବନ, ଯୋଗ ଅଭ୍ୟାସ ଦ୍ଵାରା ମନ ଓ ଶରୀର ସୁସ୍ଥ ରହିବା ସହ ରୋଗ ମୁକ୍ତ କୁ ଜୀବନ ଯାପନ କରିବା ମୁଲ ମନ୍ତ୍ର ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଉଦ୍ଘାଟନ ଓ ପରେ ପରେ ଯୋଗ ଉପରେ ଆଲୋଚନା , ପ୍ରତିଯୋଗିତା , ଯୋଗ ତାଲିମ, ଯୋଗ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ପ୍ରାକ୍ତନ କୁଳପତି ଶ୍ରୀ ଜୟନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ର ଇତିହାସ ଓ ଉପକାରିତା ଉପରେ ଆଲୋକପାତ କରିବା ସହ ଏପରି ବିଶାଳ ମହତ କାର୍ଯ୍ୟକ୍ରମ ମହାନ୍ ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଆୟୋଜନ କରାଯାଇଥିବାରୁ ମହାନ ସଂଘ କୁ ଧନ୍ୟବାଦ ଦେଇଥିଲେ।ଅନ୍ୟତମ ଅତିଥି ଭାବେ ସି.ହେଚ.ଏସ.ଇ ଯୁଗ୍ମ ସମ୍ପାଦକ ଡ କୁଳମଣି ଓଝା ଯୋଗଦେଇ ନିୟମିତ ଯୋଗ ସାଧନା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ସହ ବିଭିନ୍ନ ଉପକାରିତା ଉପରେ ସୂଚନା ଦେଇଥିଲେ। ପ୍ରକଳ୍ପ ଅଧ୍ୟକ୍ଷ ତଥା ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ କ୍ରମରେ ବିଦ୍ୟା ମନ୍ଦିର ଡିନ ଡ ବିବେକାନନ୍ଦ ପଣ୍ଡା, ଡ ବି ରାଜେନ୍ଦ୍ର ମୂର୍ତ୍ତି,ବିଦ୍ୟା ମନ୍ଦିର ସହ ସମ୍ପାଦକ ଶ୍ରୀ ନିଳକଣ୍ଠ ସାହୁ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର କୁମାର ଡାକୁଆ, ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଏସ ମୋହନ ରାଓ, ଉପାଧ୍ୟକ୍ଷ ଡ ଚିତ୍ତରଞ୍ଜନ ପଣ୍ଡା , ସୈଖିକ ପ୍ରଶାସକ ଶ୍ରୀ ଉମାମାଧବ୍ ମହାନ୍ତି ପ୍ରମୁଖ ମଞ୍ଚାଷୀନ ଥିବା ବେଲେ, ଯୋଗା ଆଚାର୍ୟ ଶ୍ରୀ ବିଜୟ ଭାସ୍କର, ପି ରାମ ରାଓ, ଟି ଅନିଲ କୁମାର, ନିଲାକ୍ଷିଶି ବୟୀରାଗିନି ଓ ଯୋଗା ଧାମ ର ସଦସ୍ୟ ମାନେ ପିଲାଙ୍କୁ ଯୋଗ ତାଲିମ ଦେଉଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ, ମହାନ୍ ସଂଘ , ବରିଷ୍ଟ ସଦସ୍ୟ ଶ୍ରୀ ସୀମାଞ୍ଚଲ୍ ପାଣିଗ୍ରାହୀ, ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ, ଶ୍ରୀ ମନରଞ୍ଜନ୍ ପାଢ଼ୀ, ଶ୍ରୀ ହରିକୃଷ୍ଣ ସାହୁ, ଶ୍ରୀ ମନୋଜ ସାହୁ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା, ବିଦ୍ୟାମନ୍ଦିର ର ଗୁରୁ ମା, ଗୁରୁଜୀ ପ୍ରମୁଖ ପରିଚାଳନା ରେ ସହିଯୋଗ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଭଜନ ସ୍ବାଗତ ସଙ୍ଗୀତ ଓ ଯୋଗ ଧାମ ମହିଳା ଛାତ୍ରୀ ଙ୍କ ଦ୍ଵାରା ଯୋଗ ସଚେତନତା ନୃତ୍ୟ ବେଶ ଆଦୃତ ହୋଇଥିଲା ଚଳିତ ବର୍ଷ ବିଭିନ୍ନ ଜାଗାରେ ଯୋଗ ସଚେତନତା କାର୍ଯ୍ୟ ଆୟୋଜନ କରାଯିବ ବୋଲି ମହାନ୍ ସଂଘ ସଭାପତି ଶ୍ରୀ ସାବତ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ହଜାର ରୁ ଉର୍ଦ୍ଧ ଛାତ୍ର,ଛାତ୍ରୀ, ସିକ୍ଷକ ସିକ୍ଷୟତ୍ରି, ବିଭିନ୍ନ ଯୋଗ ଅନୁଷ୍ଠାନର ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ