Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେଡି-ବିଜେପି ମେଣ୍ଟ ବିଫଳର ଭିତିରି କଥା

*ସମ୍ବଲପୁର* :ବହୁ ଚର୍ଚିତ ବିଜେଡି-ବିଜେପି ମେଣ୍ଟରେ ପଡିଲା ନାହିଁ ଗଣ୍ଠି।ବରଂ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ଏକ ରକମ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ଟାଣିଛି। ଦୁଇ ଦଳ ଭିତରେ ଆସନ ଯିଦ୍ ନେଇ ବୁଝାମଣା ହୋଇପାରିଲାନି,ତେଣୁ ମେଣ୍ଟ ଆଲୋଚନାକୁ ଅନ୍ତିମ ରୂପ ଦେଇ ଉଭୟ ଦଳ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଲଢ଼ିବାକୁ ଏକ ପ୍ରକାର ବାଧ୍ୟ ହେବାକୁ ପଡିଲା।ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କିଛି ରହସ୍ୟ ?ତେବେ ମେଣ୍ଟ ହେବା ନେଇ ଦିଲ୍ଲୀରୁ ପଲ୍ଲୀ ହେଉ କି, ଗାଁ ଖଟିରୁ ଚା’ ଖଟି ଯାଏଁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ କେବଳ ପୂର୍ଣ୍ଣଛେଦ ପଡିନି ବରଂ ଏହି ମେଣ୍ଟକୁ ନେଇ ୨ ଦଳ ନେତା କର୍ମୀ ଏପରିକି ସାଧାରଣ ଭୋଟର ମଧ୍ୟରେ ପଡିଥିବା ଭାରି ଉସ୍ୱାସ ହୋଇଛି ବୋଲି ସବୁ ଖଟିରେ ଚର୍ଚା ଧରିଛି।ତେବେ ମୁଣ୍ଡ ଟେକିଥିବା ମେଣ୍ଟ ହେଲାନି କାହିଁକି ଓ କେଉଁଠି ଏହାର କେଁ ରହିଲା ତାହାର ଉଷ୍ମତାରେ ଫିକା ପଡିଲା ସିନା କିନ୍ତୁ ଅସଲ କଥା କେହି କିଛି ନକହି କେବଳ ନିଜର ଆମତୋଡା ଦେଖାଇ ଭୋଟରଙ୍କୁ ନିଜ ପାଖରେ ରଖିଥିବା ନେଇ ନିଜର ବଡ ପଣିଆ ଦେଖାଇବାରେ ଧୁରନ୍ଧର ସାଜିଛନ୍ତି।କିନ୍ତୁ ଅସଲ କଥା ଭିନ୍ନ।ଏଥିରେ ବିରାମ ପଡିନି,ବରଂ ରହିଛି ଗହିର କଥା।
୨୦୦୧ ପ୍ରାରମ୍ଭରୁହିଁ ଉଭୟ ୨ ଦଳ ମଧ୍ୟରେ ରହିଥିବା ରହିଥିବା ସଂପର୍କ ଏବେବି ତେଜିଆନ ରହିଛି। ଆଗକୁବି ରହିବ।ମଝି ମଝିରେ ଏ ତିକ୍ତତା କେବଳ କର୍ମୀ ମହଳରେ ଉତ୍ସାହ ବଢ଼ାଇବା ଛଡା ଆଉ କିଛି ନୁହେଁ।ମେଣ୍ଟ ଚର୍ଚା ଆରମ୍ଭରୁହିଁ ୨ ଦଳର ତଳିଆ ନେତା ଓ କର୍ମୀ ମହଳରେ ଅସନ୍ତୋଷ ରହିଥିଲା। ଶୀର୍ଷ ସ୍ତରୀୟ ନେତା ମଧ୍ୟରେ କେବଳ ଏହି ଆଲୋଚନା ଥିଲା କିନ୍ତୁ ବାସ୍ତବ କ୍ଷେତ୍ରରେ ଦୃଶ୍ୟପଟ୍ଟ ଥିଲା ଭିନ୍ନ।ଏହି ମେଣ୍ଟକୁ ନେଇ ବିଜେପି ଆରମ୍ଭରୁ ହିଁ ବିପକ୍ଷ ମତ ରଖିଆସୁଥିଲା। ରାଜ୍ୟ ସଭାପତି ଦିଲ୍ଲୀରୁ ଫେରି ବାରମ୍ବାର ବିଜେପି ଏକାକୀ ଲଢ଼ିବ କହି ମେଣ୍ଟ ଚର୍ଚାକୁ ଏଡାଇ ରଖୁଥିଲେ ଓ ଶେଷରେବି ତାହା ହେଲା।ଆଉ ଏହା ଭିତରେ ରାଜ୍ୟ ବିଜେପିକୁ ଭରଷା କରିବାକୁ ବାଧ୍ୟ ହୋଇଛି କେନ୍ଦ୍ର ବିଜେପି।ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା କହୁଛି, ଏକାକୀ ଲଢ଼ିଲେ ଭାଜପା ଅଧିକ ଆସନ ଜିତିପାରିବ ବୋଲି ଦଳର ଶୀର୍ଷ ନେତାଙ୍କୁ ଭରସା ଦେଇଛି ଦଳର ରାଜ୍ୟ ଶାଖା।ସମ୍ଭବତଃ ବିଧାନସଭା ଆସନରେ ବିଜେଡି ୯୮ ତଳକୁ ନ ଖସିବା,ଅନେକ ନେତାଙ୍କୁ ଦୂରେଇ ରଖିବା ଭଳି ଚାପ ସୃଷ୍ଟି କରିବା ଭଳି ମେଣ୍ଟ ଆଲୋଚନା ବିଫଳ ହେବା ପଛର ଅନ୍ୟତମ କାରଣ ହୋଇପାରେ ବୋଲି କେହି ମତ ଦେଉ ଥିବା ବେଳେ ରାଜ୍ୟ ବିଜେପିର କିନ୍ତୁ ଏକା ଯିଦ୍ ଥିଲା ସେ ଏକାକି ଲଢ଼ିବ। ରାଜ୍ୟ ଶାଖା ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲା ସରକାରୀ ଓ ମୁଖ୍ୟ ବିରୋଧି ଦଳ ମେଣ୍ଟ କରି ଲଢ଼ିଲେ ଏହା ସ୍ୱାର୍ଥ ମେଣ୍ଟ ବୋଲି ଏକ ପ୍ରକାର ଧାରଣା ଲୋକଙ୍କ ପାଖକୁ ଯିବ ଓ ଏଥିରେ ଅନ୍ୟ ଦଳ ଫାଇଦା ନେବ। ତେଣୁ ବିଜେପିକୁ ଏକାକି ଲଢ଼ିବାକୁ ଦିଆଯାଉ ବୋଲି ବିଜେପି ବାରମ୍ବାର ଶୀର୍ଷ ନେତା ଉପରେ ଚାପ ଦେଇଥିବା ଓ ରାଜ୍ୟ ସରକାର ବିରୋଧି ହାୱାକୁ ବୁଝାଇବାକୁ ଚେଷ୍ଟା କରିଛି।
ଶେଷରେ ମେଣ୍ଟରେ ଜବନିକା ପଡିବା ପରେ ବିଜେଡି ଅପେକ୍ଷା ବିଜେପି ଭିତରେ ଉତ୍ସବର ମାହୋଲ ବଢ଼ିଥିବା ରାଜ୍ୟ ଶାଖା ସହିତ ପ୍ରତି ଜିଲ୍ଲାରେ ଏ ନେଇ ସେମାନଙ୍କ ମଧ୍ୟରେ ସେଲିବ୍ରେଶନ ହିଁ ବୟାନ କରୁଛି, ଦଳୀୟ କର୍ମକର୍ତ୍ତାଙ୍କ ଭିତରେ କେତେ ରହିଛି ଉତ୍ସାହ । ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ପରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀଙ୍କ ଭିତରେ ଖୁସି ଫେରିଆସିଛି । ନିରବୀ ପଡିଥିବା କର୍ମୀ ମୁହଁରେ ପୁଣି ଫେରିଛି ହସ।ମନମୋହନଙ୍କ ପରେ ଏମପି ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ସମାନ କଥାକୁ ସମର୍ଥନ କରିଛନ୍ତି। ଏପରିକି ଅପରାଜିତା ନିଜେ ମଧ୍ୟ କହିଛନ୍ତି, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ହେଲେ ଆମେ ରିଜେକ୍ଟ କରିଛୁ।ଏହା ଅର୍ଥ କିଏ ମେଣ୍ଟ ଚାହୁଁଥିଲେ ଓ କାହିଁକି ଏଭଳି ଗୁମର ଖୋଲିବ ସାଧାରଣ ନିର୍ବାଚନ ପରେ।ତେବେବି ସମସ୍ତଙ୍କ ମନରେ ଜାଣିବାକୁ ଉତ୍କଣ୍ଠା, କାହିଁକି ହୋଇପାରିଲାନି ବିଜେଡି-ଭାଜପା ଭିତରେ ମେଣ୍ଟ । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଆଧାରରେ, ମେଣ୍ଟ ନ ହେବା ପଛରେ ମୁଖ୍ୟତଃ ଏହି କାରଣ ରହିଛି । ପ୍ରଥମତଃ ଉଭୟ ବିଜେଡି ଓ ଭାଜପା ଭିତରେ ବିଧାନସଭା ଆସନକୁ ନେଇ ବୁଝାମଣା ହୋଇପାରିଲା ନାହିଁ । ଦ୍ବିତୀୟ କାରଣ ହେଲା, ୯୮ରୁ କମ ବିଧାନସଭା ଆସନରେ ଲଢ଼ିବା ପାଇଁ ମନା କଲା ବିଜେଡି । ଯେଉଁଥିପାଇଁ ଆସନ ଭାଗବଣ୍ଟାର ଅଙ୍କ ଛିଣ୍ଡି ପାରିଲା ନାହିଁ । ତୃତୀୟ ହେଉଛି, ମେଣ୍ଟକୁ ରାଜ୍ୟ ଭାଜପା ନେତାମାନେ ଦୃଢ଼ ବିରୋଧ କରିଥିଲେ । ପ୍ରତି ଥର ଆଲୋଚନାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଏକାକୀ ଲଢ଼ିବା ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ । ଚତୁର୍ଥ କାରଣ ହେଲା, ରାଜ୍ୟ ଭାଜପା ଅଧିକ ଆସନରେ ଜିତି ପାରିବ ବୋଲି ଯେଉଁ ସବୁ ଆଧାର ଦର୍ଶାଇଥିଲା, ତାକୁ ଦଳର ଶୀର୍ଷ ନେତୃତ୍ୱ ଭରସା କରିଥିଲେ। ଅନ୍ୟତମ କାରଣ ହେଲା ମେଣ୍ଟ ହେଲେ ଉଭୟ ଦଳରେ କର୍ମୀ ମହଲରେ ଅସନ୍ତୋଷ ବଢ଼ିବ ଓ ଦଳ ପାଇଁ ଏହା କ୍ଷତିର କାରଣ ହେବ ବୋଲି ୨ ଦଳ ବିଚାର କରୁଥିଲେ।
ମେଣ୍ଟ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକାଧିକ ବାର କହିଥିଲେ । ତେବେ ଦଳର ରାଜ୍ୟ ସଭାପତିଙ୍କ ଏକାକୀ ଲଢ଼େଇ ମନ୍ତବ୍ୟ ପରେ ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ମେଣ୍ଟ ସଂପର୍କରେ ମତ ରଖିବେ କି ନାହିଁ, ତାକୁ ନେଇ ଅନିଶ୍ଚିତତା ରହିଛି । କାରଣ ରାଜନୈତିକ ମହଲରେ ଏକ ଧାରଣା ରହିଛି ଯେ ବିଜେଡି-ଭାଜପା ଭିତରେ ପ୍ରତ୍ୟକ୍ଷ ମେଣ୍ଟ ନ ହେଲେ ବି ଲୁଚାଛପା ମେଣ୍ଟ ରହିଆସିଛି । ଏବଂ ଏହା ୨୪ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ।ଯେଭଳି ୨୦୧୧ ରେ ଜିଲ୍ଲା ପରିଷଦ ମେଣ୍ଟ ଭାଙ୍ଗି ଉଭୟ ବିଜେପି ବିଜେଡି ଅଲଗା ଲଢ଼ି ଶେଷରେ ୨ ଦଳ ମିଶି ଜିଲ୍ଲା ପରିଷଦ ଗଠନ କରିଥିବା ନେଇ ଯେମିତି ଚତୁର ପଣିଆ ଗୋଟି ଚାଲନା କରାଗଲା ସାଧାରଣ ନିର୍ବାଚନ ପରେ ସେଭଳି ନହେବ କିଏ କହିବ। ଏକାକି ୭୪ ସିଟ୍ ଯିଏ ଆଣିପାରିବ ସିଏହିଁ ସରକାର ଗଢ଼ିବ। ତେଣୁ ଓଡିଶା ରାଜନୀତିରେ ବିଜେପି ସରକାର ଗଠନ କରିବାକୁ ନେଇ ପ୍ରାର୍ଥୀ ଚୟନରେ ଗୁରୁତ୍ୱ ଦେଉଥିବା ବେଳେ ବିଜେଡି ମଧ୍ୟ ସମାନ ଖେଳ ଦେଖାଇ ଷଷ୍ଟ ଥର ପାଇଁ ଜିତାପଟ ମାରିବାକୁ କୌଶଳ ଅବଲମ୍ବନ କରୁଛି।ସେ ଭିତରେ କଂଗ୍ରେସ ମଧ୍ୟ ନିଜର ରଣ କୌଶଳକୁ ତୀବ୍ର କରୁଥିବାରୁ ଏଥର ନିର୍ବାଚନ ରୋଚକ ମୁଡକୁ ଯାଉଥିବା ନେଇ ପାଣିପାଗ କହୁଛି।