Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ହାସ୍ୟ ଓ ବ୍ୟଙ୍ଗ ସମ୍ମିଳନୀ

ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ଏକ ରାଜ୍ୟ ସ୍ତରୀୟ ହାସ୍ୟ ଓ ବ୍ୟଙ୍ଗ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମାଜର ଶିକ୍ଷା ଓ ପାଠାଗାର ଉପସମିତି ଆବାହକ ଡ. ଗୌରିଦାସ ପଧାନ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରସିଦ୍ଧ ହାସ୍ୟ କବି ଜ୍ଞାନ ହୋତାଙ୍କ ସଂଯୋଜନାରେ ବୌଦ୍ଧରୁ ଶାନ୍ତନୁ ପାଣିଗ୍ରାହୀ,ଭୂବନେଶ୍ୱରରୁ ସତ୍ୟାନାଶ,ବରଗଡରୁ ମନୋରଞ୍ଜନ ସାହୁ (ମନମାଷ୍ଟ୍ରେ) ଓ ସମ୍ବଲପୁରରୁ ଡ. ଆର୍ତ୍ତତ୍ରାଣ ମିଶ୍ର,ଗୁଣରଞ୍ଜନ ସାଲିମା ପ୍ରମୁଖ ହାସ୍ୟକବି ଯୋଗଦେଇ ଗାଁ ଠାରୁ ସହରୀ ସଭ୍ୟତା ଉପରେ ଓ ପରିବର୍ତ୍ତିତ ସମାଜ ତଥା ସାମାଜିକ ଏବଂ ପାରିବାରି ସମ୍ପର୍କ ଇତ୍ଯାଦି ବିଷୟ ଉପରେ ହାସ୍ୟ କବିତାମାନ ପରିବେଷଣ କରି ଶ୍ରୋତାମାନଙ୍କୁ ହାସ୍ୟରସରେ ଅଭିଭୂତ କରିଥିଲେ। ସାମ୍ପ୍ରତିକ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢି ହାସ୍ୟରସ ଆମୋଦରେ ନିଜକୁ ମଞ୍ଜଇ ଦେବା ନିମନ୍ତେ ଶ୍ରୋତାମାନଙ୍କ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା, ଆଶାତୀତ ଭାବରେ ଏହି ସମ୍ମିଳନୀରେ ସମାଜର ସବୁ ବର୍ଗର ନାଗରିକଙ୍କ ଭିଡ ଜମିଥିଲା। ପ୍ରକାଶ ଥାଉକି ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ଏତାଦୃଶ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଥିବା ଓ ଆଗାମୀ ବର୍ଷ ଗୁଡିକରେ ମଧ୍ୟ ସୁବିଧା ଦେଖି ଏଭଳି ଆସର ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିବା ସକାଶେ ପ୍ରୟାସ କରାଯିବ ବୋଲି ସାଂସ୍କୃତିକ ସମାଜର ସମ୍ପାଦକ ପ୍ରକାଶ କରିଥିଲେ।ସହ ସମ୍ପାଦକ ସବ୍ୟସାଚୀ ମିଶ୍ର,ଉପସଭାପତି ଶିବନାରାୟଣ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ହୋତା, ସଭ୍ୟ ଲଳିତ ବେବର୍ତ୍ତା,ଡ. ସତ୍ୟନାରାୟଣ ଠାକୁର,ସ୍ନାତମଧୁ ଷଣ୍ଢ,ରାମାନୁଜ ପଣ୍ଡା ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।