Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଡିକାଲ ଭିତରେ ରାଜନୈତିକ ସେବା,କିଏ ଦେଲା ଅନୁମତି ?

ଚିକିତ୍ସା ସେବାରେ ରାଜନୈତିକ ହସ୍ତକ୍ଷେପ ଭଳି ଆଜି ବଡ ଏକ ଉଦାହରଣ ମିଳିଛି ସ୍ୱର୍ଶକାତର ହୀରାକୁଦ ଅଞ୍ଚଳରେ।ହୀରାକୁଦ ଡାଇରିଆରେ ଆକ୍ରାନ୍ତ ହେଇଥିବା ଜନ ସାଧାରଣ ମାନଙ୍କୁ ରେଢାଖୋଲ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୁଜାରୀଙ୍କ ନିର୍ଦ୍ଦେଶ କର୍ମେ ଜିଲ୍ଲା ବିଜେଡି କର୍ମକର୍ତ୍ତା ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ତା ବିଷୟରେ ପଚାରି ବୁଝିଥିଲେ ଓ ସେଥିରେ ବିଧାୟକଙ୍କ ଭାଇ ରାଜୀବ ପୁଜାରୀ,ଜିଲ୍ଲା ଉପସଭାପତି ବସନ୍ତ ମିଶ୍ର, ଜୋନ ସଭାପତି ଦେବାଶିଷ ପରିଡା,ବିଧାୟକଙ୍କ ଧର୍ମ ପତ୍ନୀ ବୈଶାଳୀ ପୁଜାରୀ ଅନ୍ୟାନ୍ୟ ନେତୃ ମଣ୍ଡଳୀ ଯାଇ ତାଙ୍କ ଉତ୍ତମ ଚିକତ୍ସା ବିଷୟରେ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ବୋଲି ନିଜ ଦଳିୟ ମହଳରୁ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି।ଏହି ସମୟରେ ଏହି ଦଳୀୟ କର୍ମକର୍ତ୍ତା ମାନେ ଓଆରଏସ ବାଣ୍ଟିବା ମଧ୍ୟ ଚିତ୍ର ସାମ୍ନାକୁ ଆସିଛି। ପ୍ରକୃତରେ କାହାକୁ ଓଆରଏସ ଦିଆଯିବ ତାହା ଡାକ୍ତର ମାନଙ୍କ ଉପରେ ନିର୍ଭର କରୁଥିବା ବେଳେ ଶାସକ ଦଳର ପ୍ରତିନିଧି ଦଳ ପୁଣି ଚିକିତ୍ସା କ୍ଷେତ୍ରରେ କୌଣସି କାଣିଚାଏ ବିନ୍ଦୁ ବିସର୍ଗ ଜାଣିନଥିବା ଏହି ପ୍ରତିନିଧି ମାନେ କେଉଁ ସ୍ୱାର୍ଥ ଓ ଅଧିକାର ନେଇ ଗୋଟିଏ ମେଡିକାଲ ଭିତରେ ପ୍ରବେଶ କଲେ ? ଏହା ନିର୍ବାଚନ ଆଚରଣ ବିଧି ନାଁ ହାମ ବଡିଆ ହସ୍ତକ୍ଷେପ ? ଏଭିଳି ବଡ ପ୍ରଶ୍ନ ଉଙ୍କି ମାରିଛି ସମାଜରେ। କାହାର ଅନୁମତିରେ ଗୋଟିଏ ରାଜନୈତିକ ଦଳ ମେଡିକାଲ ଭିତରେ ଓଆରଏସ ବାଣ୍ଟିଲା ଓ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରି ଅବଗତ ଥିଲେକି ନାହିଁ ତାହାକି ନେଇ ମଧ୍ୟ ବଡ ପ୍ରଶ୍ନ ଉଠିଛି।ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଟିବା ବେଳେ ଡାଇରିଆ ଭଳି ମାରାତ୍ମକ ସଂକ୍ରମଣ ସମୟରେ ଚିକିତ୍ସା ସେବାକୁ ବ୍ୟାପକ ନକରି ଓ ପାନୀୟ ଜଳ ପ୍ରତି କୌଣସି ପ୍ରାଧାନ୍ୟ ନଦେଇ ଏହି ରାଜନୈତିକ ଦଳର ଏଭଳି ଲୋକ ଦେଖାଣିଆ କାର୍ଯ୍ୟକ୍ରମ ଉପରେ ବର୍ତ୍ତମାନ ଆମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରୟା କଣ ହେବ ଓ ଡାଇରିଆ ନିରାକରଣ ପାଇଁ ଆଗକୁ କଣ ସବୁ ପଦକ୍ଷେପ ନେଉଛନ୍ତି ତାକୁ ନେଇ ସମଗ୍ର ହୀରାକୁଦ ବାସୀ ଅପେକ୍ଷା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ