Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଇରିଆ ନିୟନ୍ତ୍ରଣ:ସ୍ୱାସ୍ଥ୍ୟ ବିଭାଗକୁ ସଞ୍ଜୟ ବାବୁଙ୍କ କୃତଜ୍ଞତା

ସମ୍ବଲପୁର:ହୀରାକୁଦ ଅଞ୍ଚଳରେ ସଂକ୍ରମିତ ହୋଇ ୧୨୭ଜଣ ଡାଇରିଆ ଆକ୍ରାନ୍ତ ହୋଇଥିଲେ,ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହ ଠିକ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇଥିବାରୁ ସମସ୍ତେ ଭଲ ହୋଇ ଘରକୁ ଯାଇଥିବା ବେଳେ ବର୍ତ୍ତମାନ ହୀରାକୁଦ ହସ୍ପିଟାଲରେ ୨ଜଣ ଓ ବୁର୍ଲାରେ ୫ଜଣ ରୋଗୀ ଅଛନ୍ତି।ଆଜି ଶ୍ରୀ ସଞ୍ଜୟ କୁମାର ବାବୁ ( ଓଡିଶା ସରକାରଙ୍କ କାଲିଆ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା, ବିଜେଡ଼ି ରାଜ୍ୟ ମୁଖପାତ୍ର ତଥା ମା ସମଳେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି) ହସ୍ପିଟାଲ ପରିଦର୍ଶନ କରି କାର୍ଯ୍ୟରତ ଡକ୍ଟର,ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ତଥା ସମସ୍ତ କର୍ମଚାରୀଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ଉତ୍କୃଷ୍ଟ ସେବା ଯୋଗାଇ ଥିବାରୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ