Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଚଣ୍ଡ ତାତି ଯୋଗୁ ଦିନ୧୧ରୁ ୩ଟା ଯାଏ କାମ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ବଢୁଛି ଖରାର ପ୍ରକୋପ। ଆହୁରି ୩ ଦିନ ଯାଏ ଖରାରେ ସିଝିବ ସାରା ରାଜ୍ୟ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଏକ ବୖେଠକ ଡକା ଯାଇଥିଲା ।ଏହି ବୈଠକ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିଲା। ଗ୍ରୀଷ୍ମ ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହୋଇଥିଲା ।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ମୁକାବିଲା ଲାଗି ସରକାର ଆଗରୁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏ କାମ ନ କରିବାକୁ ନିର୍ଦେଶ ରହିଛି। ଯାହାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ଶ୍ରମିକ ମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟ ସ୍ଥଳୀ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି ।