Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ବିଧାନସଭା:ସୁଧିର ବାବୁ ହେବେ ବିଜେଡି ପ୍ରାର୍ଥୀ !

ସମ୍ବଲପୁର,(ରାଜାରାମ ଷଡଙ୍ଗୀ):କିଏ ବିଶ୍ୱାସ କରୁବା ନକରୁ ବିଜେଡି କିନ୍ତୁ ସମ୍ବଲପୁର ପାଇଁ ନୂଆଁ ମୁହଁ ଖୋଜୁଛି। କୌଣସି ବାଦ ବିବାଦ ଅବା ଦଳର ଗୋଲିଆ ପାଣି ଭିତରେ ନରହି ଆବିଷ୍କାର କରିବାକୁ ଯାଉଛି ନୂଆଁ ମୁହଁ ଓ ନିଷ୍କଳଙ୍କ ସମାଜ ପ୍ରତିବଦ୍ଧତା ପ୍ରାର୍ଥୀ।ସମ୍ବଲପୁରରେ ରାଜନୈତିକ ଶୂନ୍ୟତାକୁ ପୂରଣ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଜୁଛନ୍ତି ନୂଆଁ ଚେହେରା। ଆଉ ସେ ଚେହେରା ଭିତରେ ଜଣେ ସାମାଜିକ ପ୍ରତିବଦ୍ଧତା ଭଳି ପ୍ରାର୍ଥୀ ଆସୁଛନ୍ତି ସାମ୍ନାକୁ।ହେଲେ ସମ୍ବଲପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବାକୁ ଲମ୍ବା ଧାଡି ଲାଗିଥିବା ବେଳେ କେହି ଜଣେ ସବୁ ଗୋଷ୍ଠୀକୁ ସାଇତି ଆଗକୁ ବଢ଼ିବା ଭଳି ଦଳ ମୁଖିଆ ଜାଣି ପାରୁନାହାଁନ୍ତି।ତେଣୁ ଦଳ ଭିତରେ ଏକ ନିଷ୍କଳଙ୍କ ଓ ସର୍ବବିଦିତ ସାମାଜିକ ଚିନ୍ତାଧାରା ସଂପର୍ଣ୍ଣ ବ୍ୟକ୍ତିତ୍ୱର ଆବଶ୍ୟକତାକୁ ଶିର୍ଷ ନେତା ଖୋଜୁଛନ୍ତି। ସେଭଳି ଦୃଷ୍ଟି କୋଣରୁ ସମ୍ବଲପୁର କାହିଁକି ସମଗ୍ର ପଶ୍ଚିମ ଓଡିଶାରେ ରକ୍ତଦାନ,ଆମ୍ବୁଲାନ୍ସ ସେବା ଭଳି ବିଭିନ୍ନ ସାମାଜିକ ସେବାରେ କାହୁଁ କେତେ ବର୍ଷ ତଳୁ ଆରମ୍ଭ କରି ତାକୁ ବର୍ତ୍ତମାନ ଆନ୍ଦୋଳନରେ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ରଖିଥିବା ଜଣେ ସାମାଜିକ କର୍ମୀଙ୍କ ନାମ ସାମ୍ନାକୁ ଆସୁଛି।ଯାହାକୁ କି ବିଜେଡି ଭରସା କରୁଛି ଓ ତାଙ୍କ ନାମ ବିଜେଡି ତାଲିକାରେ ସର୍ବାଗ୍ରେ ରହିଥିବା ବିଜେଡିର ନିକଟତମ ସୂତ୍ରରୁ ଜଣାପଡିଛି। ସେଭଳି ଦେଖିବାକୁ ଗଲେ ୨୦୧୪ରେ ମଧ୍ୟ ବିଜେଡିରୁ ସେହି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ନେଇ ବିଜେଡି ଚିନ୍ତା କରିଥିଲା।କିନ୍ତୁ ସେହି ସମୟରେ ସେ ନିଜ ସରକାରୀ କାର୍ଯ୍ୟକୁ ହାତଛଡା କରିବାକୁ ଚାହିଁ ନଥିଲେ। ପୁଣି ସମ୍ବଲପୁର ଲୋକସଭା ଆସନରୁ ନିଜ ବଡ ଭାଇ ବିଜେପିରୁ ପ୍ରାର୍ଥୀ ହେବା କାରଣରୁ ସେତେବେଳେ ସମାଜରେ ଏହାର ଖରାପ ପ୍ରଭାବ ପଡିବା ଆଶଙ୍କା କରି ମଧ୍ୟ ସେ ଏଥିରୁ ଦୂରେଇ ରହିଥିବା ବିଶ୍ୱାସକୁ ମଧ୍ୟ ନିଆଯିବ।ହେଲେ ବୁଝିବାକୁ ଆଉ କାହାକୁ ବାକି ନଥିବ ଏଥର ସମ୍ବଲପୁରରୁ ବିଜେଡି ପ୍ରାର୍ଥୀ କିଏ ହେବେ? କାହାକୁ ଭରସା କରିଛି ବିଜେଡି? ଏମିତିରେ ନାମ ଆସୁଛି ସୁଧିର ପୂଝାରୀଙ୍କ ନାମ।ସାମାଜିକ ଚିନ୍ତାଧାରା,ସାଂଗଠାନିକ ଦକ୍ଷତା, କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉତ୍ତମ ଯୋଜନା,ସାର୍ବଜନୀନ ସେବାରେ ବେଶ୍ ଦକ୍ଷତା ଓ କ୍ଷାତି ରଖିଥିବା ଏହି ପ୍ରତିଭାବାନ୍ ଦୀପ୍ତିମୟ ବ୍ୟକ୍ତିତ୍ୱ ଉପରେ ବିଜେଡିର ଆଖି।ବିଜେଡିର ସମ୍ବଲପୁର ବିଧାନସଭା ଆସନ ପାଇଁ ସୁଧିର ପୂଝାରୀଯେ ତାଲିକାର ସର୍ବାଗ୍ରେ ରହିଛନ୍ତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସେଭଳି ଭାବେ ଦେଖିବାକୁ ଗଲେ ସମ୍ବଲପୁରରେ ରାଜନୈତିକ ଶୂନ୍ୟତା ଦେଖାଦେଇଛି।ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ସୁଧିରଙ୍କ ଉପରେ ଭରସା କରୁନାହିଁତ ବିଜେଡି? ଏବେ ସମ୍ବଲପୁରରେ କେହି କାହାକୁ ଖାତିର କରିବା ଅବସ୍ଥାରେ ନାହାଁନ୍ତି। ରାଜନୈତିକ ଦଳ,ଶାସକ,ପ୍ରଶାସକ ଏପରିକି ବ୍ୟବସାୟ ଗୋଷ୍ଠୀ ଯିଏ ଯାହା ବାଟରେ । ଏଥିପାଇଁ କୌଣସି ଲଗାମ ନାହିଁ। ନହେଲେ ହୀରାକୁଦର ଡାଇରିଆକୁ ନେଇ ଏତେ ହଲଚଲ ହେବାକୁ ପଡିନଥାନ୍ତା କିମ୍ବା ଶାସକ ଦଳ ସେଠି ଓଆରଏସ ବାଣ୍ଟିବା ଭଳି ଦୃଶ୍ୟ ସାମ୍ନାକୁ ଆସିନଥାନ୍ତା। ହୀରାକୁଦ ପରି ବୃହତ ନଦୀ ବନ୍ଧର ଛାତିତଳେ ପାନୀୟ ଜଳର କୁପରିମାଣ ଭୋଗିବାରେ ହୀରାକୁଦ ବାସୀ ଯେଭଳି ଛନ୍ଦି ହେଲେ ତାହାର ପ୍ରତିକାରାତ୍ମକ ବ୍ୟବସ୍ଥା ହୋଇପାରିଥାନ୍ତା। କିନ୍ତୁ ସମ୍ବଲପୁରରେ ଗତ କିଛି ବର୍ଷ ଧରି ରାଜନୈତିକ ଶୂନ୍ୟତା ମାଡି ବସିଥିବାରୁ ଯୋର ଯାର ମୂଲକ୍ ତାର ନେଇ ସମ୍ବଲପୁର ଦିନକୁ ଦିନ କଳଙ୍କିତ ହେବାକୁ ଯାଉଛି। ଏଭଳି ପରିସ୍ଥିତି ଓ ଘଡିସନ୍ଧି ମୁହୂର୍ତ୍ତରେ ସୁଧିର ବାବୁଙ୍କ ଦକ୍ଷତାକୁ ବ୍ୟବହାର କରି ବିଜେଡି ଏକ ବଡ ମାଇଲେଚ୍ ନେବାକୁ ଯାଉଥିବା ଏକ ନିର୍ଭରଯୋଗ୍ୟ ସୁତ୍ରରୁ ଖବର ମିଳିଛି।
ଏହା ଯଦି ସତ୍ୟ ହୁଏ ତେବେ ସମ୍ବଲପୁର କାହିଁକି ପଡୋଶୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହାର ଏକ ବଡ ପ୍ରଭାବ ପଡିବ ଓ ସୁଧିର ବିଜେଡିର ଜୀବନବିନ୍ଦୁ ପରି ସମାଜରେ ଉତ୍ସର୍ଗର ନୂଆଁ ପ୍ରତିବିମ୍ବ ଦେଖାଇପାରିବେ ବୋଲି ଆଶା କରାଯାଉଛି।