Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ହେବିୱେଟ୍ ୨ ମାଁଙ୍କ ମନ୍ଦିରରେ ଶରଣାପନ୍ନ

ସମ୍ବଲପୁର:ରାଜନୈତିକ ଶୂନ୍ୟତା ଥିବା ସମ୍ବଲପୁର ଲୋକସଭାକୁ ପ୍ରବେଶ କରିଛନ୍ତି ୨ ବାହ୍ୟ ପ୍ରାର୍ଥୀ।ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶିର୍ବାଦରେ ତ ଜଣେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ। ହେଲେ ସେହି ୨ ପ୍ରାର୍ଥୀ ଆଜି ଦଣ୍ଡବତ ହୋଇ ମାଁଙ୍କ ଆଶିର୍ବାଦ ମାଗୁଛନ୍ତି।ଏହି ୨ଟି ବିରଳ ଚିତ୍ର ୨ ମାଁଙ୍କ ୨ ଭିନ୍ନ ମନ୍ଦିରରୁ ଆସିଛି।
ଉଭୟେ କିନ୍ତୁ ହେଭିୱେଟ୍ ନେତା।ଉଭୟଙ୍କ ନେତାବି ପରସ୍ପର ପରିପୂରକ।ତେଣୁ ଏହି ହେବିୱେଟ ନେତା ହଟ୍ ସିଟର ବିଗ ଫାଇଟରେ ରହି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀକୁ ନୂଆଁ ରୂପ ଦେବାକୁ କୁଆଡେ ପ୍ରାର୍ଥୀ ହୋଇଛନ୍ତି।ବିକାଶର ମହାମନ୍ତ୍ର ନେଇ ଜନତା ଦରବାର ଆଗରେ ଛିଡା ହେବା ଆଗରୁ କିନ୍ତୁ ଏହି ୨ ମହା ବଳିୟାନ ମାଁଙ୍କ ଆଗରେ ଆଜି ଶରଣାପନ୍ନ। ଆଉ ସେ ୨ ହାଇପ୍ରୋଫାଇଲ ନେତା ହେଉଛନ୍ତି ବିଜେପିର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଉ ଜଣେ ହେଉଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ଓରଫ ବବି ଭାଇ।ଉଭୟେ ଉଭୟଙ୍କ ବଡ ଶତ୍ରୁ।ଧର୍ମେନ୍ଦ୍ରଙ୍କ ବିଷୟରେ ବବି କିଛି କମ୍ କଥା କହିନାହାଁନ୍ତି।ସେହି କଥାର ସତ୍ୟତା ଓ ଓଜନ ମାପିବେ ସମ୍ବଲପୁର ଲୋକସଭା ଆସନର ୭ ନିର୍ବାଚନ ମଣ୍ଡଳୀର ଭୋଟର।ଅବଶ୍ୟ ଏହା ପୁର୍ବରୁ ଉଭୟ ନେତାଙ୍କ ସମର୍ଥକ ମାନେ ଖୁସୀ ମନାଇ ମିଠା ବାଣ୍ଟି ବାଣ ଫୁଟାଇ ନିଜର ଉପସ୍ଥିତି ଜାହିର କରିଛନ୍ତି।କିନ୍ତୁ ଉଭୟ ଉତ୍ସବରେ ଦଳୀୟ ନେତା କର୍ମୀ ବ୍ୟତିତ ସାଧାରଣ ଜନତାଙ୍କ ଉପସ୍ଥିତି ଦେଖିବାକୁ ମିଳିନି। ହେଲେ ୨ ନେତା ଏବେ ହାଇପ୍ରୋଫାଇ ମହାଲଢ଼େଇରେ ନିଜର ବାଜିମାତ ପାଇଁ ୨ ମାଁଙ୍କ ପାଖରେ ଅଲଗା ଅଲଗା ଶାଷ୍ଟାଙ୍ଗ ପ୍ରଣିପାତ କରି ଆଶିର୍ବାଦ କାମନା କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବତା ମାଁ ସମଲେଶ୍ବରୀଙ୍କ ନିକଟରେ ଓ ବିଜେଡିର ପ୍ରଣବ ପ୍ରକାଶ ଦାଶ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବିରଜାଙ୍କ ନିକଟରେ ଶରଣାପନ୍ନ ହୋଇ ଏ ଜୀବନ ଯୁଦ୍ଧରେ ନିଜ ନିଜର ବିଜୟ କାମନା ପାଇଁ ପ୍ରାର୍ଥନା କରିଛନ୍ତି।ଶୁଣିବାକୁ ମିଳୁଛି ପ୍ରଣବ ମାଁ ବିରଜାଙ୍କ ନିକଟରେ ନିଜ ଭାଗ୍ୟ ଦୋଷ ସମର୍ପି ଦେଇଛନ୍ତି।ମାଁଙ୍କୁ ପଚାରିଛନ୍ତି ମାଁ କ’ଣ ଭୁଲ ରହିଲା ମୋର ଏ ଭାଗ୍ୟ ପରୀକ୍ଷା ସବୁ ତୋର। କେବଳ ଆଶିର୍ବାଦ ଦେମାଁ ମୋ ଅଜ୍ଞାତରେ ଯଦି କିଛି ଭୁଲ୍ କରିଛି ତେବେ କ୍ଷମା କରିଦେଇ ମୋ ଲକ୍ଷ୍ୟ ସ୍ଥଳରେ ଯିବାକୁ ଆଶିର୍ବାଦ ମାଗିଛନ୍ତି ପ୍ରଣବ ମନ ଓ ହୃଦୟରୁ। ସେପଟେ ପ୍ରତିଟି ସମ୍ବଲପୁର ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ପାରମ୍ପାରିକ ଅଭ୍ୟାସରେ ମାଁ ସମଲେଶ୍ବରୀଙ୍କ ଦର୍ଶନ କରୁଥିଲେବି ଏଥର କେବଳ ଗୋଟିଏ ବ୍ୟତିକ୍ରମ ଦେଖାଦେଇଥିଲା ଏହି ଶାଷ୍ଟାଙ୍ଗ ପ୍ରଣାମ। ଯାହା ହେଉ ମାଁଙ୍କ ପ୍ରତି ବିଶ୍ୱାସ ରଖି ୨ ହେଭିୱେଟ ଏବେ ନିର୍ବାଚନ ବୈତରଣୀ ପାରିହେବାକୁ ଆଶିର୍ବାଦ କାମନା କରୁଥିବା ବେଳେ ମାଁ କାହାକୁ କରୁଣା ପ୍ରଦାନ କରିବେ ତାହା ସମୟ କହିବ।ହେଲେ ଏହା ସତ ଜନତା ଜନାର୍ଦ୍ଦନ ।ଜନତା ଯେଉଁ ଆଡେ ମୁହାଁଇବେ ସେଠିହିଁ ମାଁଙ୍କ ଆଶିର୍ବାଦ ବୋଲି ଗଣନା କରିବା ସାର ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ