Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବିଧାନସଭା ଆସନରେ ବିଜେଡିରୁ କିଏ ? ସାମାଜିକ ସେବାକୁ ଗୁରୁତ୍ୱ ଦେବକି ଦଳ!

ସମ୍ବଲପୁର:ରେଙ୍ଗାଲି ପରି ଶିଳ୍ପ ବହୁଳ ବିଧାନସଭା ଆସନରୁ ବିଜେପିର ନାଉରୀ ନାୟକ ଦ୍ୱୀତିୟ ବାର ପ୍ରାର୍ଥୀ ହେଉଥିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିଜେଡିରୁ କିଏ ତାକୁ ନେଇ ଚାଲିଛି ଅଙ୍କ କଷା।ଅବଶ୍ୟ କଂଗ୍ରେସର ମଧ୍ୟ ଅନେକ ଅଶାୟୀ ଥିଲେ ସୁଦ୍ଧା ପୁର୍ବତନ ବିଧାୟକ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଯୋଗୁଁ ଦ୍ୱୀତିୟ ବାର ପ୍ରାର୍ଥୀ ହେବାର ସମ୍ଭାବନା ରହୁଛି।କିନ୍ତୁ ବିଜେଡିରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଛିଡୁନି ଅଙ୍କ। ଏଥିନେଇ ନବୀନ ନିବାସରେ ତର୍ଜମା ସରିଛି। କେବଳ ବାକି ରହିଛି ପ୍ରାର୍ଥୀ ଘୋଷଣା।ଆଉ ସେ ଚେହେରା ଭିତରେ ଜଣେ ସାମାଜିକ ଚିନ୍ତାଧାରା ପ୍ରତିବଦ୍ଧତା ରଖୁଥିବା ଭଳି ନୁଆଁ ମୁହଁ ପ୍ରାର୍ଥୀ ସାମ୍ନାକୁ ଆସୁଥିବା ନେଇ ଏବେ ବଡ ଚର୍ଚା ହେଉଛି। ।ଏହି ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ବିଜେପିରୁ ହାରିଯାଇଥିବା ରୀନା ତନ୍ତୀଙ୍କ ପ୍ରତି ବିଜେଡି ସେଭଳି ଆଉ ଭରସା କରିପାରୁନଥିବା ବେଳେ ବିଭିନ୍ନ ସାମାଜିକ କାମରେ ନିଜର ଉପସ୍ଥିତି ଯାହିର କରିପାରୁଥିବା ଭଳି ଚିହ୍ନାମୁହଁ ଅପେକ୍ଷାରେ ବିଜେଡି ରହିଛି। ସେଭଳି ତୁଳନାରେ ସେବା ନାମରେ ବାରମ୍ବାର ବିଭିନ୍ନ ସାମାଜିକ କାର୍ଯ୍ୟ କରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଘରେ ଘରେ ପରିଚିତ ଓ ଉଚ୍ଚ ଶିକ୍ଷିତଙ୍କ ପ୍ରଥମ ପସନ୍ଦ କୁହାଯାଉଥିବା ଅମର ତାଣ୍ଡିଆ ବିଜେଡିର ପ୍ରଥମ ପସନ୍ଦକୁ ଆସୁ ନାହାଁନ୍ତିତ ? କାହିଁ ସେଭଳି ଚର୍ଚାବି ଆରମ୍ଭ ହୋଇଛି ଉଚ୍ଚ ଶିକ୍ଷିତ ଓ ଜାତି ଧର୍ମ ବର୍ଣ୍ଣ ସମସ୍ତଙ୍କ ଆଦରଣୀୟ ଅମର ଏବେ ବିଜେଡିର ପ୍ରାର୍ଥୀ ତାଲିକାରେ ନାମ ଯୋଡି ହୋଇଛି।ଅବଶ୍ୟ ୨୦୧୪ରୁ ସେ ଏହି ଅଭିଲାଶ ରଖି ନିଜର ସ୍ଥିତି ତିଆରି କରିବାରେ ପ୍ରୟାସ ଜାରି ରଖିଛନ୍ତି। ସେମିତିରେ ଜଣେ ଶିକ୍ଷୟତ୍ରୀ ଝରଣା ବେହାରାଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ରହିଛି।ପୁଣି ପୁର୍ବତନ ବିଧାୟକ ରମେଶ ପଟୁଆ ମଧ୍ୟ ପ୍ରାର୍ଥୀ ହେବାର ଆଶା କରାଯାଉଛି ।ଅନ୍ୟମାନଙ୍କ ମଧ୍ୟରେ ଚଳେଶ୍ୱରୀ ମହାନନ୍ଦ,ଗାନ୍ଦୀ ବେହେରା,ଚିତ୍ତ ରଞ୍ଜନ ବାଗ ଭଳି ଡର୍ଜନେରୁ ଅଧିକ ଏଥିପାଇଁ ଆଶାୟୀ ରହିଛନ୍ତି।କିନ୍ତୁ ଦଳକୁ ମଜଭୁତ କରି ସାଂଗଠନିକ ପକ୍ରିୟାରେ ସେମିତି ସାମିଲ ଥିବା ଭଳି ନେତାଙ୍କ ଦଳ ଶୀର୍ଷ ଗ୍ରହଣ କରିପାରୁନଥିବାରୁ ନିଷ୍ପତ୍ତି ନେବାରେ ଦଳକୁ ବିଳମ୍ଭ ଘଟୁଛି।ତେଣୁ ଦଳ ଭିତରେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ଥିବା ସର୍ବବିଦିତ ସାମାଜିକ ଚିନ୍ତାଧାରା ସଂପର୍ଣ୍ଣ ବ୍ୟକ୍ତିତ୍ୱର ଆବଶ୍ୟକତାକୁ ଶିର୍ଷ ନେତା ଖୋଜୁଛନ୍ତି। ସେଭଳି ଦୃଷ୍ଟି କୋଣରୁ ଦଳ କାହା ମୁଣ୍ଡରେ ସୁନାର କଳସ ଢ଼ାଳୁଛି ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।ତେବେ ସାଧାରଣ ନେତା ଅପେକ୍ଷା ସାମାଜିକ ପ୍ରତିବଦ୍ଧତା ଋଚି ରଖୁଥିବା ଯୁବ ନେତୃତ୍ୱ ଉପରେ ବିଜେଡିର ବିଶେଷ ଫୋକସ୍ ରଖୁଥିବା କାରଣରୁ ଅମରଙ୍କ ଉପରେ ବିଜେଡି ଭରସା କରୁନିତ! ତାଙ୍କ ନାମ ବିଜେଡି ତାଲିକାରେ ରହିଥିବା ରହିଥିବା ମଧ୍ୟ ଶୁଣା ଯାଉଛି। ସେପଟେ ରେଙ୍ଗାଲିର ପୁର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ ସେ ଭଣଞ୍ଜା ଓ ତାଙ୍କ ପୁର୍ବ ରାଜନୈତିକ ଅଭିଜ୍ଞତାବି କମ୍ ବେଶି ରହିଛି। ଏ ସବୁକୁ ବିଚାର କରି ବିଜେଡି ନିଜର ତ୍ୟାଗପୁତ ସେବାକୁ ବଳବତ୍ତର କରି ରଖିବା ଭଳି ସାମାଜିକ ଚିନ୍ତାଧାରା ବ୍ୟକ୍ତି ବିଶେଷଙ୍କୁ ସାମ୍ନାକୁ ଆଣି ସମାଜରେ ନୂଆଁ ବାର୍ତ୍ତା ଦେବାକୁ ଚେଷ୍ଟା କରୁନଥିବେ ଏହା କିଏ କହିବ।ସେପଟେ ବିଶାଳ ଦାଶଙ୍କ ମଧ୍ୟ ଏକ ଲବି ରହିଥିବାରୁ ଦଳ ଶେଷ ମୁହୂର୍ତ୍ତରେ କଣ ନିଷ୍ପତ୍ତି ନେଉଛି ଏବେ କେବଳ ଦେଖୁବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ