Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଳିକ; କହି‌ଲେ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହେଲାଣି। ତିନି ପ୍ରମୁଖ ଦଳ ମଧ୍ୟରେ ଲାଗିବ କଡା ଟକ୍କର। ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ। ତେବେ ଏହାରି ଭିତରେ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଳିକ।

ସେ କହିଛନ୍ତି ଲକ୍ଷେ ଭୋଟ ବ୍ୟବଧାନରେ ଜିତିବ ବିଜେଡି । ଲୋକଙ୍କ ପାଇଁ କାମ କରିଛି ବିଜେଡି, ସେମାନଙ୍କ ସହ ରହିଛି । ପ୍ରମୁଖ ବିରୋଧୀ ୧୦ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛନ୍ତି । ସେମାନେ ଲୋକଙ୍କ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି ମନ୍ତ୍ରୀ।

ଏହାସହ ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଇଁ ବରିଷ୍ଠ ନାଗରିକ କାନ୍ଦୁଛନ୍ତି, ପେନସନ୍ ଠିକ୍ ଭାବେ ମିଳୁନି । ବ୍ୟାଙ୍କ ଯାଇ ଟିପ ଚିହ୍ନ ଦେଇ ହଇରାଣ ହେଉଥିବା ପ୍ରମିଳା କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ