Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଲାସିଙ୍ଗାରୁ ଜର୍ମାନ ନାୟକ, ମନା କରିଦେଲେ ବିଧାନସଭା ଯିବାକୁ !

ସମ୍ବଲପୁର(ରେଢାଖୋଲ):ଭାତ ଆମ୍ବୁଲ ଖାଇ ଜୀବନ ଦର୍ଶନ ଦେବାକୁ ସଦା ତତ୍ପର ବୈଜ୍ଞାନିକ ଶାସକ ଦଳର ଟିକଟରେ ବିଧାନସଭା ଯିବାକୁ ମନା କରିଦେଇଛନ୍ତି।ଏଭଳି ରୋଚକ ଖବର ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ କଥାଟି ସତ।ଏଭଳି ସୁଯୋଗକୁ ହାତଛଡା କରିଛନ୍ତି ରେଢାଖୋଲ ନିର୍ବାଚନ ମଣ୍ଡଳୀର ଜଣେ ବୈଜ୍ଞାନିକ।ଯାହାର ନାମ ନେଇ ଓଡିଶା ସରକାରଙ୍କ ୫ ଟି ସଚିବରୁ ଅଧ୍ୟକ୍ଷ ହୋଇଥିବା ଭିକେ ପାଣ୍ଡିଆନ ପ୍ରୋଜେକ୍ଟ କରି ଆସୁଥିଲେ।ହେଲେ ସେ ସିଧା ସଳଖ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ନେଇ ଚର୍ଚା ହେଉଛି।ତାଙ୍କ ଭାଷାରେ ବିଧାନସଭା ଅପେକ୍ଷା ନିଜର କ୍ୟାରିୟର ଶ୍ରେଷ୍ଟ ପ୍ରଦର୍ଶନ ବୋଲି ବିଚାର କରୁଥିବା ନେଇ କୁଆଡେ ତାଙ୍କର ଧାରଣା ।ପିଲା ଦିନରୁ ଦୁଃଖ କଷ୍ଟ ସହି ପିତା ମାତାଙ୍କୁ ହରାଇ ନୂଆଁ ଜୀବନର ଉଦାହରଣ ତିଆରି କରି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଶେଷରେ କାହିଁକି ସେଥିରୁ ଓହରି ରାଜନୀତି ଭଳି ଏକ ପ୍ଲାଟଫର୍ମକୁ ଯିବେ।ଓଡିଶା ଘଟଣା ଚରିତ୍ର ସବୁକୁ ଆଖି ଆଗରେ ଦେଖି ଶୀର୍ଷ ସ୍ତରରୁ ରେଢାଖୋଲ ବିଧାୟକ ପ୍ରାର୍ଥୀ ହେବାକୁ ଆସିଥିବା ପ୍ରସ୍ଥାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ଯୁବ ବୈଜ୍ଞାନିକ ବୋଲି ଯେଉଁ କଥା ଉଠୁଛି ତାହା ସିଏହିଁ କହିପାରିବେ। ହେଲେ ଏ ଜୀବନ ସଂଗ୍ରାମର ମହାନାୟକଙ୍କୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି ଏକ ଚଳଚ୍ଚିତ୍ର। ଆଉ ଯାହା ନାମ ଚର୍ଚାକୁ ଆସୁଛି ସେ ହେଉଛନ୍ତି ନାକଟିଦେଉଲ ବ୍ଲକର ବଲାସିଙ୍ଗା ଗ୍ରାମର ଶେଷ କିସାନ। ରେଢାଖୋଲ ମାଟିର ଗର୍ବ ଓ ଗୌରବ ବୋଲି କୁହାଯାଉଥିବା ଶେଷ କିସାନଙ୍କୁ ରେଢାଖୋଲ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ନେବାକୁ ଚାହୁଁଥିଲା। ଏବେ ସେଥିରେ ପୂର୍ଣ୍ଣାହୁତି ପଡିଛି। ପାଣ୍ଡିଆନ ଯେତେବେଳେ ବି ସମ୍ବଲପୁର ରେଢାଖୋଲ ଆସି ସଭାରେ ଯୋଗ ଦେଉଥିଲେ ଶେଷଙ୍କ ନାମ ଉଠାଇ ଏକ ପ୍ରଚାର ଆରମ୍ଭ କରି ଶେଷ କିସାନ ହିଁ ବିଜେଡିର ରେଢାଖୋଲ ପ୍ରାର୍ଥୀ ବୋଲି ପରୋକ୍ଷରେ ଏକ ବାର୍ତ୍ତା ଦେଇ ସବୁରି ମୁହଁରେ ଶେଷ କିସାନଙ୍କ ପ୍ରତିଛବି ଛାଡି ଦେବାକୁ ଏକ ପ୍ରୟାସ କରିଥିଲେ। କିନ୍ତୁ ଅସଲ ବ୍ୟକ୍ତିତ୍ୱ ଓ ପରିଶ୍ରମୀ ଉଦ୍ୟୋଗୀ ଦିଗ ଭ୍ରଷ୍ଟ ନହୋଇ ନିଜ ସାଧନାରେ ଅଗ୍ରସର ହେବାକୁ ଯେଉଁ ଯୋଜନା ରଖିଛନ୍ତି ସେଥିରୁ ବିଚ୍ୟୁତ ହେବାକୁ ନଚାହିଁ ଏଭଳି ପ୍ରସ୍ତାବକୁ ଏଡାଇ ଦେଇଥିବା ଭଳି ଖବର ଆଜି ଏକ ନିକଟତମ ସୂତ୍ରରୁ ପଦାକୁ ଆସିଛି।
ଯେତେବେଳେ ରେଢାଖୋଲ ମାଟି ରାଜନୈତିକ ଶୂନ୍ୟତା ହରାଇ ନିଜର ଗାରିମା ହରାଉଛି ଓ ସେଥିପାଇଁ ଆମଦାନୀ ଓ ଥଇଥାନ ପ୍ରାର୍ଥୀ ଦାୟି ବୋଲି ଅଭିଯୋଗ କରି ସ୍ଥାନୀୟ ପ୍ରତିନିଧିତ୍ୱର ଧ୍ୱଜା ଉଡିଲା ସେତେବେଳେ ଶେଷ କିସାନଙ୍କୁ ମହରା କରି ବିଜେଡି ବାଜିମାତ କରିବାକୁ ପ୍ରୟାସ କରିଥିଲା । ସାଧାରଣ ବର୍ଗ ପାଇଁ ଖୋଲାଥିବା ମୈଦାନରେ ବିଜେଡିର ଏଭଳି ଚତୁର ପଣିଆର ଖେଳ ଉପରେ ଆଖି ରଖିଥିଲେ ଅନେକ।ଆଉ ପାଣ୍ଡିଆନଙ୍କ ଚତୁରତା ଭାଷଣ ଓ ଉଦାହରଣକୁ ବହୁ ପୂର୍ବରୁ ଗୁଲି ଖଟିରେ ରଖି ପାଣ୍ଡିଆନଙ୍କ ଅସଲ ଉଦ୍ଦେଶ୍ଯକୁ ପ୍ରତିହତ କରିବାକୁ ଭିତିରିଆ ଯୋଜନା ସରିଥିଲା। ରାଜନୈତିକ ଋଚି ରଖି ସେବା ବଳବତ୍ତର ରଖୁଥିବା ରେଢାଖୋଲ ମାଟିର ନେତୃତ୍ୱ ଉପରେ ସରକାରୀ ଦଳ କାହିଁକିଯେ ଭରସା ନକରି ନିଜର ପାରିବା ପଣିଆ ଦେଖାଇ ଗୋଟି ଚାଳନା କରୁଛି ତାହା ଆଉ କାହାକୁ ଅଛପା ନାହିଁ।ରେଢାଖୋଲ ଏଥର ଦୟାର ନୁହଁ,ବରଂ ଦାୟିତ୍ୱର ଦ୍ୱାର ଦେଶରେ।ବର୍ତ୍ତମାନ ସମୟକୁ ଦେଖିଲେ ରେଢାଖୋଲ ବାସୀ ଖୁବ ସଚେତନ ଓ ଅଞ୍ଚଳର ମୌଳିକ ଅଧିକାର ନେଇ ଆଞ୍ଚଳିକ ଓ ରାଜନୈତିକ ଚିନ୍ତାଧାରା ସଂପର୍ଣ୍ଣ ନେତୃତ୍ୱର ପାଦ ଦେଶରେ ପହଞ୍ଚି ସାରିଛି।ଏନେଇ ସମଗ୍ର ରେଢାଖୋଲ ବାସୀ ଏକ ହୋଇ ଜଣେ ଦାୟିତ୍ୱ ସଂପର୍ଣ୍ଣ ପ୍ରାର୍ଥୀ ଉପରେ ବିଶ୍ୱାସ ରଖି ୨୦୨୪ କୁ ପ୍ରଗତିର ନେତୃତ୍ୱ ପାଇଁ ବିଚାର କରୁଥିବା ଶୁଣାଯାଉଛି।ସେମାନଙ୍କ ଭାଷାରେ “ସ୍ଥାନୀୟ ନେତୃତ୍ୱ:ବିକାଶର ଦାୟିତ୍ୱ”।