Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୦ କେଜି ଗଞ୍ଜେଇ ଓ କାର ସହ ୨ ଯୁବକ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ୫୦ କେଜି ଗଞ୍ଜେଇ ଜବତ କରିବା ସହ ଏକ କାର ଓ ୨ ଜଣଙ୍କୁ ଗିରଫ କରିଛି ସୋନପୁର ଅବକାରୀ ବିଭାଗ। ଏକ କାରରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସୋନପୁର ପଟାଭାଡ଼ି ଛକରେ ଯାଞ୍ଚ ଆରମ୍ଭ କରିଥିଲା। ଉକ୍ତ ସମୟରେ ଆସୁଥିବା ଓଡି ୦୫ ଟି-୯୭୩୬ କାରକୁ ଧରାଯାଇଥିବା ବେଳେ ଯାଞ୍ଚ କରାଯିବାରୁ ଉକ୍ତ କାର କାରରୁ ୫୦ କେଜି ଗଞ୍ଜେଇ ବାହାରିଥିଲା ବେଳେ କାର ରେ ଥିବା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ତୁରୁଡ଼ା ଗ୍ରାମର ଶରତ ନାଏକ (୩୮) ଏବଂ କରଡିଙ୍ଗାବାହାଲ ଗ୍ରାମର ରଞ୍ଜନ ସିଂହ (୩୯) ଙ୍କୁ ଅଟକ ରଖିଥିଲେ ଅବକାରୀ ବିଭାଗ ପରେ ଏକ ମାମଲା ରୁଜୁ କରି ଉକ୍ତ ୨ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ବେଳେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି। ଅବକାରୀ ଅଧୀକ୍ଷକ ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସ୍‌ଆଇ ସୁମିତ୍ରା ହେମ୍ବ୍ରମ, ଏସ୍‌ଆଇ ଶାନ୍ତନୁ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ