କୁସୁମୀରେ ୭ରୁ ରାମଲୀଳା,୮ ଦିନ ଧରି ଚାଲିବ ମହୋତ୍ସବ

ସମ୍ବଲପୁର (କୁସୁମୀ):ରାମ ରାଜ୍ୟ ପ୍ରତିଷ୍ଠାର ମୂଖ୍ୟ ଲକ୍ଷ ରଖି କୁଚିଣ୍ଡାର କୁସୁମୀ ଠାରେ ଆଗାମୀ ୭ ତାରିଖରୁ ୮ ଦିନ ବ୍ୟାପି ଶ୍ରୀରାମଲୀଳା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ମହୋତ୍ସବ ଏପ୍ରିଲ ୭ ତାରିଖରୁ ଅଧିବାସ କଳସ ଯାତ୍ରାରୁ ଆରମ୍ଭ ହୋଇ ୮ ତାରିଖ ଦିନ ରାମଲୀଳା ର ପୁତ୍ରେଷ୍ଟି ଯଜ୍ଞ,ରାମ ଜନ୍ମ ଓ ନାମକରଣରୁ ଏହି ଯାତ୍ରାର ମଳଦୂଆ ପଡିବ। ୯ ତାରିଖରେ ସୀତା ବିବାହ ଓ ୧୦ରେ ରାମ ବନବାସର ନାଟ୍ୟ ଅଭିନୟ ହେବ। ସେହିପରି ୧୧ ତାରିଖରେ ହନୁମାନ ଭେଟ,ବାଳିବଧ ଓ ଲଙ୍କାପୋଡି ହୋଇ ୧୨ରେ ସେତୁବନ୍ଧ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।୧୩ ତାରିଖରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ୍ ବଧ ପରେ ୧୪ ରେ ତରଣୀସେନ ବଧ ଓ ରାବଣ ବଧ ପରେ ରାମ ଅଭିଷେକ ହୋଇ ରାମ ରାଜ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।
୮ ଦିନ ବ୍ୟାପି ଆୟୋଜନ ହେବାକୁ ଥିବା ଏହି ମହୋତ୍ସବରେ କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ବିଭିନ୍ନ ଦିନରେ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଏହାକୁ କୁସୁମୀର କଳା ଓ କଳାକାର ସଂଘ ପରିଚାଳନା କରୁଛନ୍ତି। ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ମୀନା ବଜାର ସହିତ ବହୁ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ସୂଚନା ଦେଇଛନ୍ତି।