Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ୍ଡା ସମାଜ କଲ୍ୟାଣ ପରିଷଦ ଦେଲା ଅମିନ ମହାନନ୍ଦଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଗଣ୍ଡା ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଅମିନ ମହାନନ୍ଦ ସରକାରୀ ଚାକିରୀରୁ ଅବସର ନେଇବାପରେ ତାଙ୍କୁ ଗଣ୍ଡା ସମାଜ କଲ୍ୟାଣ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପରିଷଦର ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ବୁର୍ଲା ପୋଷ୍ଟ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏହି ସ୍ୱତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବୁର୍ଲା ବିଆର ଆମ୍ବେଦକର ପ୍ରତିମୂର୍ତ୍ତି ଭବନ ସଭାପତି ଧିମାନ ଗୈ।ରହରି ସେନାପତି, ଘାସି ସମାଜ ସଭାପତି ବୈଶାଖୁ କଲେତ, ଗଣ୍ଡା ସମାଜ କଲ୍ୟାଣ ପରିଷଦର ଉପଦେଷ୍ଟା ଚନ୍ଦ୍ରମଣି ବାଗ, ଶିବଶଙ୍କର ପଧାନ, ପୁରନ୍ଦର ସୁନା, ନିଳାଞ୍ଚନ ସୁନା ,ଠାକୁର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ