Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ ଏବଂ ଜିଲ୍ଲାରେ ଥିବା ପୋଲିସ ମାନଙ୍କୁ ଦେଶ ଓ ଜାତି ସକାଶେ ସମର୍ପିତ ହୋଇ କାର୍ଯ୍ୟ କରିବାକୁ କହିଥିଲେ। ସମ ଦୃଷ୍ଟିରେ ଜନତାଙ୍କ ସେବା ଓ ସହଯୋଗ କରିବା ସହିତ ଶିଷ୍ଟାଚାର, ଚରିତ୍ରବାନ, ଆଦର୍ଶବାନ ହେବାକୁ କହି ସର୍ଵ ନିମ୍ନ ବଳ ପ୍ରୟୋଗ କରି ଆଇନକୁ ମଧ୍ୟ ସମ୍ମାନ ଦେବାକୁ ଅଭିଭାଷଣ ରେ ଏସପି ଶ୍ରିମାଲ ପୋଲିସ୍ ବାହିନୀ ଙ୍କୁ ପରାମର୍ଶ କରିଥିଲେ। ଉତ୍ତମ ସେବା ପ୍ରଦାନ କରିଥିବା ଜିଲ୍ଲାର ରାମପୁର ଥାନାର ବେଷ୍ଟ ପୋଲିସ ଅଫିସର ଏସଆଇ ଅବିନାଶ ପଧାନ, ଜିଲ୍ଲା ପୋଲିସର ଏଏସଆଇ ଶୁକଦେବ ଚାନ୍ଦ, କ୍ରାଇମ୍ ହାବିଲଦାର ବୃନ୍ଦାବନ ପଞ୍ଚବିହାର , କନଷ୍ଟେବଳ ପ୍ରଦୀପ ସାହୁ, ଟ୍ରାଫିକ କନେଷ୍ଟବଳ ପ୍ରତିମା ବଗର୍ତ୍ତି, ଏପିଆର୍ କନେଷ୍ଟବଳ ସୁମିତ ରଥଙ୍କୁ ମୁଖ୍ୟ ଅତିଥି ଏସପି ଶ୍ରୀ ଶ୍ରିମାଲ ଙ୍କ ଦ୍ବାରା ମାନପତ୍ର ଫୁଲ ତୋଡା ଓ ଉପ ଢୌକାନ ପ୍ରଦାନ୍ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ଜିଲ୍ଲା ପୋଲିସ୍ ର ପ୍ୟାରେଡ କମାଣ୍ଡର ଭାବେ ପ୍ୟାରେଡ ର ପରିଚାଳନା କରିଥିବା ବେଳେ ଜିଲ୍ଲା ପୋଲିସର ପାଞ୍ଚ ପ୍ଲାଟୁନ ଆରକ୍ଷୀ ବାହିନୀ ମିଳିତ ପ୍ୟାରେଡରେ ଭାଗ ନେଇଥିଲେ। ଡିଏସପି ଚନ୍ଦ୍ର ଶେଖର ଶବର ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ବିରେନ୍ଦ୍ର ନାୟକ, ଡିଏସପି ଚନ୍ଦ୍ର ଶେଖର ଶବର, ରେଣୁକା ସୁନା, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ, ସୋନପୁର ଥାନା ଅଧିକାରୀ ଲୋକନାଥ ସାହୁ, ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଓଡ଼ିଶା ପୋଲିସ କଡ଼ା ପରିଶ୍ରମ କରିବା ସହିତ ଆପଣ ମାନଙ୍କ ଖୁବ୍ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ