Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଟରସିଟି ଟ୍ରେନ୍ ରେ ଯାତ୍ରୀ ହଇରାଣ, ଅନ୍ଧାରରେ ଅସୁରକ୍ଷିତ ଯାତ୍ରା

ସମ୍ବଲପୁର:ପୂର୍ବତଟ ରେଳବାଇ ଅନ୍ତର୍ଗତ ଭୁବନେଶ୍ୱର ଇଣ୍ଟରସିଟି ସୁପର ଫାଷ୍ଟ ଟ୍ରେନ୍ (୧୨୮୯୪) ର ଅଣ ସରଂକ୍ଷିତ ବଗି ମାନଙ୍କରେ ଲାଇଟ ଜଳୁ ନ ଥିବାରୁ ଆଜି ଯାତ୍ରୀ ମାନେ ଅସୁରକ୍ଷିତ ଭାବେ ଅନ୍ଧାରରେ ଯାତ୍ରା କରିଛନ୍ତି I ଟ୍ରେନ୍ ଟି ନିର୍ଦ୍ଧାରିତ ସମୟରେ ସମ୍ବଲପୁର ଷ୍ଟେସନରୁ ଛାଡିଥିଲା I ତେବେ ସନ୍ଧ୍ୟା ହେବା ପରେ ଟ୍ରେନ୍ ର ଅଣସରଂକ୍ଷିତ ବଗି ମାନଙ୍କରେ ଲାଇଟ ଜଳୁ ନ ଥିବା ଏବଂ ଫ୍ୟାନ୍ ଚଲୁ ନ ଥିବା ଜାଣି ଯାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରି ହୋ ହଲ୍ଲା କରିଥିଲେ I ଦୀର୍ଘ ସମୟ ଧରି ଅସୁରକ୍ଷିତ ଭାବେ ଅନ୍ଧାରରେ ଯାତ୍ରା କରିବା ପରେ ଟେନ୍ ଅନଗୁଳ ଷ୍ଟେସନରେ ସନ୍ଧ୍ୟା ୭ ଟା ୨୬ ରେ ପହଂଚିବା ପରେ ମରାମତି କରାଯାଇ ସ୍ୱାଭାବିକ ଭାବେ ଲାଇଟ୍ ଜଳିଥିଲା।ବିଦ୍ୟୁତ୍ ମରାମତି ପାଇଁ ଥିବା ବିଭାଗୀୟ କର୍ମଚାରୀ କିନ୍ତୁ ଯେଭଳି ଭାଷା ଓ ବୈଷମ୍ୟତା ଶବ୍ଦ ଉଚ୍ଚାରଣ କରିଥିଲେ ,ତାହାର ଭିଡିଓ ଏବେ ଭାଇରାଲବି ହୋଇଛି।ତେବେ ରେଳ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ଯାତ୍ରୀ ମାନେ ଦୀର୍ଘ ସମୟ ଧରି ଅନ୍ଧାରରେ ଅସୁରକ୍ଷିତ ଯାତ୍ରା କରିବା ଏକ ସମ୍ବେଦନ ପୂର୍ଣ୍ଣ ଘଟଣା।ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାତ୍ରୀ ମହଳରେ ଦାବି ହୋଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ