Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ

ବ୍ରହ୍ମପୁର,: ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ଵକୁ ଆକର୍ଷିତ କରିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ୮୯ତମ ଓଡ଼ିଶା ଦିବସ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ସ୍ଵାଗତ ଭାଷଣ ଦେଇ ସମ୍ପ୍ରତି ଓଡ଼ିଶାକୁ ଅଣ ଓଡ଼ିଆ ଶାସନରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ଓଡ଼ିଆ ଅସ୍ମିତାର ଅବକ୍ଷୟକୁ ରୋକିବା ପାଇଁ ଆଜିର ଦିନରେ ଓଡ଼ିଆ ମାଟି, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତିକୁ ସମସ୍ତେ ଭଲ ପାଇବା ଉଚିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍‌‍ କାମରାଜୁ ମହାରଣା, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଜୟବାୟୁ ବୈଜ୍ଞାନିକ ଡ଼. ଡ଼ମ୍ୱରୁଧର ସାହୁ, ସମାଜସେବୀ ଅବନୀ କୁମାର ଗୟା, ଭଗବତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଏସ୍‌‍.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ବକ୍ତବ୍ୟ ଦେଇ ଓଡ଼ିଆ ଭାଷା ଭିତ୍ତିରେ ଗଠିତ ଓଡ଼ିଶାର ଜନସାଧାରଣ ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେବା ସହ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ତକାଳୀନ କବି, ସାହିତି୍ୟକ ଓ ଭାଷାପ୍ରେମୀମାନଙ୍କ ଆପ୍ରାଣ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସଭାପତି ଶ୍ରୀ ତ୍ରିପାଠୀ ଗଞ୍ଜାମର ଭାଷା ଓଡ଼ିଶାର ମାନକ ଭାଷା ଏବଂ ଏହି ମାଟିର କାବ୍ୟକୃତି ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ ପରିପୁଷ୍ଟ କରିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସବିତା ସାହୁକାର, ଆଇନଜୀବୀ ଗୀତାଞ୍ଜଳି ଜେନା, ରୀତାଞ୍ଜଳୀ ସ୍ଵାଇଁ, ଶିବ ପ୍ରସନ୍ନ ମିଶ୍ର, କବି ବଂଶୀଧର ସେଠୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଆଇନଜୀବୀ ପ୍ରଦୀପ କୁମାର ବେହେରା, ଶିକ୍ଷାବିତ୍‌‍ ଅଶୋକ ଦଳାଇ, ସାମ୍ୱାଦିକ ଅରୁଣ କୁମାର ପଣ୍ଡା, ଅଭିମନୁ୍ୟ ନାୟକ, ସୁରେନ୍ଦ୍ର ନାଥ ରାଉତ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ସୁଶାନ୍ତ କରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ୍‌‍ ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉକଳ ଜନନୀ ଗାନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ