Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଚାର ମୈଦାନରେ ମାଳବିକା:ଭୋଟ ଗୋଟାଇବ ବିଜେପି !

ଭବାନିପାଟଣା:କଳାହାଣ୍ଡିରୁ ବିଜେପିର ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନ ଲଢ଼ିବେ ମାଳବିକା କେଶରୀ ଦେଓ।ନିଜ ଟିମ୍ ସହିତ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଗାଁ ମାନଙ୍କୁ ଯାଇ ଅନେକ ଲୋକଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା , କଣ ଦରକାର ,କଣ କଲେ ସମସ୍ତଙ୍କ ପାଇଁ ଭଲ ହେବ ତାହା ପଚାରି ବୁଝିବା ଆରମ୍ଭ କରିଛନ୍ତି।ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ ନିର୍ବାଚନ ପ୍ରଚାର ଆରମ୍ଭରୁ ଅନେକ ସମସ୍ୟାର ଅନେକ କାର୍ଯ୍ୟ ସେ ଫୋନ୍ କରି ସମସ୍ୟାର ସମାଧାନ କରିବାରେ ପ୍ରାରମ୍ଭରୁ କରି ଦେଖାଇଲେଣି।
ସେମିତିରେ ଶ୍ରୀମତୀ ଦେଓ ଲୋକଙ୍କ ସେବା କରିବା ଓ ଅସମୟରେ ସାହାଯ୍ୟର ହାତ ବଢ଼ାଇବାରେ ଓସ୍ତାଦ। ସେବା ଓ ସାମାଜିକ ସେବା ତାଙ୍କର ରୁଚି ଓ ହବି ହୋଇଥିବାରୁ ବିଜେପିର ଏହି ସୁଯୋଗ ତାଙ୍କ ଜୀବନରେ ସେବାର ଦାୟୀତ୍ୱ ସଂପାଦନ କରିବାରେ ବଡ ସୁଯୋଗ ଦେଇଛି ବୋଲି ସେ କହିଛନ୍ତି।ଲୋକଙ୍କ ସେବା କରିବାକୁ ତାଙ୍କୁ ଭଲ ଲାଗେ ଓ ସେବାରେ କିଏ ସନ୍ତୁଷ୍ଟ ହେଲେ ତାହାହିଁ ତାଙ୍କ ଜୀବନର ବଡ ଖୁସି ବୋଲି ସେ ନିଜେ କହି ଛାତ୍ର ଜୀବନରୁ ଏସବୁ କାମ କରି ଆସୁଥିବା ମାଳବିକା କହିଛନ୍ତି।
କେବଳ ସେତିକି ନୁହେଁ, ସେ ପୁଣି ବିଜେପି ସରକାର ଦ୍ଵାରା ବିଭିନ୍ନ ଉନ୍ନୟନ ଓ ବିକାଶ ଯୋଜନା ସଂପର୍କରେ ପ୍ରତ୍ୟେକ ଜନତାଙ୍କୁ ବୁଝାଇବାକୁ ଯାଇ ମାଗଣା ରାସନ୍, ଉଜ୍ଵଲା ଯୋଜନା ,ଆୟୁଷ୍ମାନ କାର୍ଡ , ହର ଘରମେ ନଲସେ ଜଲ୍ ,ପ୍ରତ୍ୟେକ ଚାଷୀଙ୍କୁ ଭତ୍ତା , ମୁଦ୍ରା ଲୋନ , ପ୍ରତ୍ୟେକଙ୍କ ପାଇଁ ସ୍ୱଚ୍ଛତା ଓ ପାଇଖାନା ଭଳି ମୌଳିକ ଆତ୍ମ ସମ୍ମାନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି।
ପ୍ରଚାର କରିବା ସଂପର୍କରେ କିଛି ଅସୁବିଧା ହେଉଛି କି ? ବୋଲି ପ୍ରତିକ୍ରିୟାରେ ସେ କହିଛନ୍ତି ନା କିଛି ଅସୁବିଧା ନାହିଁ। ଏହା ପୂର୍ବରୁ ମୁ ମୋ ଶଶୁର ଶ୍ରୀ ବିକ୍ରମ କେଶରୀ ଦେଓ ,ସ୍ବାମୀ ଅର୍କ କେଶରୀଙ୍କ ନିର୍ବାଚନ କାର୍ଯ୍ୟରେ ସାମିଲ ହୋଇଅଛି । ମୁଁ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଅଧିକ ସଂଖ୍ୟକ ଲୋକଙ୍କ ସହିତ ସାକ୍ଷାତ କରିଛି ଓ ଲୋକ ମଧ୍ୟ ମୋ ପ୍ରତି ଖୁସୀ ଥିବାରୁ ନିଜର ବିଜୟ ସୁନିଶ୍ଚିତ ବୋଲି ମାଳବିକା କହିଛନ୍ତି।