ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଭୀମଭୋଇନଗର ଠାରେ ୧୭ତମ ବାର୍ଷିକ ଉତ୍ସବ ପାଳନ

ସମ୍ବଲପୁର:ସ୍ଥାନୀୟ ଭୀମଭୋଇନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୭ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ବାବୃବାହନ ଭୋଇ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସଭାପତି ଜୟକୃଷ୍ଣ ବେହେରାଙ୍କ ସଭାପତିତ୍ୟରେ ପାଳନ ହୋଇଥିଲା, ଉତ୍ସବର ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଶିବଶଙ୍କର ଷଡ଼ଙ୍ଗୀ(ପୂର୍ବତନ ଅଧ୍ୟକ୍ଷ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁର),ସଂମାନିୟ ଅତିଥି ଭାବରେ ଚିତ୍ତରଞ୍ଜନ ପଣ୍ଡା(ଆଇନଜୀବୀ),ମୁଖ୍ୟ ବକ୍ତା ଭାବରେ ହାସ୍ୟ କବି ଗୁଣରଞ୍ଜନ ସାଳିମା,ସମାଜସେବୀ ଶେଷଦେଵ ଗୁରୁ ଓ ଦୁଲାଲ ଚନ୍ଦ୍ର ରାୟ ଉପସ୍ଥିତ ଥିଲେ।ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ ପଣ୍ଡା, ସନ୍ତୋଷ ମିଶ୍ର, ସଞ୍ଜୟ କୁମାର ଦାସ, ଶୁଭଶ୍ରୀ ବଡ଼ପଣ୍ଡା, ହାସ୍ୟମୟୀ ବେହେରା, ରଶ୍ମିତା ସାହୁ, ସଂଯୁକ୍ତା ରଥ, ଗୀତାରାଣୀ ମିର୍ଦ୍ଧା, ଅଙ୍କିତା ବେହେରା ପ୍ରମୁଖ ସହଯୋଗ କରିଥିଲେ।