Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ଶିକ୍ଷl ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର)
ଜୀବନରେ ଶୃଙ୍ଖଳା ହେଉଛି ମୂଳମନ୍ତ୍ର। ଶ୍ରେଣୀଗୃହ ଠାରୁ ଆରମ୍ଭକରି ଖେଳପଡ଼ିଆ ପର୍ଯନ୍ତ ପ୍ରତ୍ୟେକ କ୍ଷେତ୍ରରେ ଶୃଙ୍ଖଳାର ଆବଶ୍ୟକତା ରହିଛି। ଏହା ସହିତ କଠୋର ପରିଶ୍ରମ ବଳରେ ଛାତ୍ରଛାତ୍ରୀ ମାନେ ଶୀର୍ଷସ୍ଥାନରେ ପହଞ୍ଚି ପାରିବେ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଶିକ୍ଷା ବିଭାଗର ଯୁକ୍ତ ତିନି ଶେଷ ବର୍ଷର ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ନିମନ୍ତ୍ରିତ ଅତିଥି ମତବ୍ୟକ୍ତ କରିଛନ୍ତି । କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପରିଚାଳନା ପରିଷଦର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ମୁଖ୍ୟ ବିଜୟ କୁମାର ପଧାନ, ଡ. ଶିଶିର ବଣିଆ, ଅଧ୍ୟାପିକା ହରପ୍ରିୟା ମହାପାତ୍ର , ଅଧ୍ୟାପିକା ସୀମାରାଣୀ ବେହେରା ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ବିଭାଗ ମୁଖ୍ୟ ଶ୍ରୀ ପଧାନ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଗୀତାଞ୍ଜଳୀ କହଁର , ଶ୍ରୀୟାରାଣୀ କ୍ଷେତି, ମମିତା ମେହେର , ଦ୍ବିତୀୟ ବର୍ଷରୁ ପୂଜାରାଣୀ ମିଶ୍ର , ଆଶୁତୋଷ ପଧାନ ଓ ତୃତୀୟ ବର୍ଷରୁ ପ୍ରତିମା ମେହେର , ପ୍ରତିଚି ସାହୁ , ବିଶ୍ବ କଳ୍ପିତା ହୋତା , ନିଝୁମ ହରିପାଲ , ଝାନସୀ ସାଗର , ଜୟନ୍ତୀ ସାହୁ, ପଦ୍ମିନୀ ମେହେର , ଶ୍ରୀୟା ମଞ୍ଜରୀ ବାଦୀ , ଶଶାଙ୍କ ଶେଖର ଚାନ୍ଦ , ବିକାଶ ବାଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଝରଣା ମେହେର ଓ ପ୍ରାଚୀ ପ୍ରିୟଦର୍ଶିନୀ ପାତ୍ର ସଭା ସଂଯୋଜନା କରିଥିବା ବେଳେ ଲିପସା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ