Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକଟ୍ ନାହିଁ ତ ଭୋଟ ନାହିଁର ଚେତାବନି,ଝାରସୁଗୁଡା ପରି ସମ୍ବଲପୁର ହେବକି ଇଚ୍ ଇଟ୍ ?

ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ବିଜେଡିରେ ଦେଖାଦେଉଛି ଅସନ୍ତୋଷ ।ବିଭିନ୍ନ ଗୋଷ୍ଠୀ ନିଜ ପ୍ରାର୍ଥିତ୍ୱ ସପକ୍ଷରେ ମେଳି କରି ଯେଭଳି ନିଜ ନିଜ ଉପସ୍ଥିତି ଜାହିର କରୁଛନ୍ତି ତାହାଯେ,ଦଳ ପାଇଁ ଶୁଭଙ୍କର ନୁହେଁ ଏହା ସମସ୍ତେ ଜାଣନ୍ତି।
ତେବେବି ବିଜେଡି ଟିକଟ୍ ଚାଲିଛି ଶୀତଳ ଯୁଦ୍ଧ।ଗତକାଲି ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଏକ ବଡ ମେଳି ଦେଖିବାକୁ ମିଳିଥିଲା। ସମର୍ଥକଙ୍କ ମଧ୍ୟରେ ସିଧା କଥା ଥିଲା ମେଡମ୍ ଙ୍କୁ ବିଜେଡି ଟିକଟ ନମିଳିଲେ ଭୋଟ ବର୍ଜନ ହିଁ ସେମାନଙ୍କ ନିଷ୍ପତ୍ତି ।ଏଭଳି ଚେତାବନି ବିଜେଡିକୁ କେବଳ ଅଡୁଆ କରୁନି ବରଂ ଗୋଷ୍ଠୀ ବିବାଦକୁ ନେଇ ଭୋଟରଙ୍କ ଉପରେ ମଧ୍ୟ ବଡ ପ୍ରଭାବ ପଡୁଛି।ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେଉଥିବା କାରଣରୁ ଯଦି ସବୁ ଗୋଷ୍ଠୀକୁ ଏକାଠି କରି ନିଜର ସାଂଗଠନିକ ଦକ୍ଷତା ନଦେଖାନ୍ତି ତେବେ ଏହାର ଓଲଟା ପ୍ରଭାବ ନିଜ ଉପରେ ପଡିବା ମଧ୍ୟ ଆଶଙ୍କା ରହୁଛି।ସମ୍ବଲପୁର ଜିଲ୍ଲାର ସମ୍ବଲପୁରକୁ ମିଶାଇ କୁଚିଣ୍ଡା,ରେଢାଖୋଲ ଆସନ ପାଇଁ ପ୍ରାର୍ଥୀ ତାଲିକା ବଢୁଥିବା ବେଳେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଓ ଝାରସୁଗୁଡା ଆସନ ପରି ଶେଷରେ ଦଳ ଦଳପତି ଏଚ୍ ଇଟ୍ ରେ ବିବାଦର ଅନ୍ତବି ଘଟାଇ ପାରନ୍ତି।କାହିଁ ଏଭଳି ସୂଚନାର ଆଭାସ ମିଳୁଛି। ତେବେ ରେଢାଖୋଲରେ ସ୍ଥାନୀୟ ପ୍ରାର୍ଥୀ ଉପରେ ହେଉଥିବା ଦାବିକୁ ରାଜନୈତିକ ଅଧିକାର ଭାବେ ଭୋଟର ଯାଏ ଅନୁଭବ କରୁଥିବାରୁ ଦଳ କ’ଣ ବିଚାର କରୁଛି ତାହାକୁ ନେଇ ଚଳିତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ