Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ରେଡକ୍ରସ୍ ପକ୍ଷରୁ ଫୁଲଝରଣରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ:ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା ଓ ସୂଚନାକୁ ଗୁରୁତ୍ବ

ସମ୍ବଲପୁର:ବିଶ୍ୱବ୍ୟାପୀ ଶାନ୍ତି,ନିରାପତ୍ତା ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରାଯାଇ ଜନସ୍ୱାସ୍ଥ୍ୟ ଭଳି ‘ମୋ ସ୍ୱାସ୍ଥ୍ୟ,ମୋ ଅଧିକାର’କୁ ପ୍ରତିଟି ସ୍ତରରେ ଗୁରୁତ୍ୱ ଦେବାକୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ମତପ୍ରକାଶ ପାଇଛି।
ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ଫୁଲଝରଣ ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର ରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ରେଡକ୍ରସର ଆଜିବନ ସଦସ୍ୟ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ସ୍ୱାସ୍ଥ୍ୟ ହେଉଛି ଆମର ବଡ ସଂପତ୍ତି ଓ ନିଜର ମୌଳିକ ଅଧିକାର।ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଭଳି ସ୍ୱାସ୍ଥ୍ୟ ଶିକ୍ଷା ଓ ସୂଚନାର ଉପଲବ୍ଧତା ଉପରେ ଯୋର ଦେଇ ଦୈନନ୍ଦିନ ଜୀବନ ଚର୍ଚା ଓ ଜୀବନ କୌଶଲରେ ପରିବର୍ତ୍ତନ ଆଣି ଏକ ସୁସ୍ଥ ସମାଜରେ ଭାଗିଦାରିତା ରଖିବାକୁ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ କୁଳଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ରେଡକ୍ରସର ଅବୈତନିକ ସଂପାଦକ ଜୟ ଜର୍ଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଉନ୍ନତ ଜୀବନଯାପନ ପାଇଁ ନିଜ ସ୍ତରରୁ ଉଦ୍ୟମ ଆରମ୍ଭ ହେଲେ ମିଳିମିଳା, ହାଡଫୁଟି,ପୋଲିଓ,ଯକ୍ଷ୍ମା ଓ କୁଷ୍ଠ ଭଳି ଦୂରାସାଧ୍ୟ ବ୍ୟାଧିକୁ ପ୍ରତିରୋଧ କରାଯିବା ଭଳି ଆମ ପାଖରେ ଅନେକ ଉଦାହରଣ ରହିଛି।ତେଣୁ ତୃଣ ମୂଳ ସ୍ତରରୁ ସ୍ୱାସ୍ଥ୍ୟ ସଚେତନତା ଜରୁରୀ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ରେଡକ୍ରସର ପ୍ରମିଳା ବେହେରା ଯୋଗ ଦେଇ ପିଲାଟି ଦିନରୁ ଖାଦ୍ୟ ପେୟ ଓ ଜୀବନଧାରଣ କୁ ବିନିଯୋଗ କରିବା ଅଭ୍ୟାସ ଦ୍ୱାରା ଆମେ ବିଭିନ୍ନ ରୋଗକୁ ଏଡାଇ ସମାଜରେ ସୁସ୍ଥ୍ୟ ମଣିଷ ଭାବେ ଠିଆ ହୋଇପାରିବା ବୋଲି କହିଥିଲେ। ପ୍ରାରମ୍ଭରେ ସମାଜସେବୀ ଚନ୍ଦ୍ର ଶେଖର ଓଝା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।