Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫଗୁନ୍ ମିଳନ୍ ଓ କବିତା ପାଠ

ସମ୍ବଲପୁର:ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସମ୍ବଲପୁର ଙ୍କ ମିଳିତ ଉଦ୍ୟମରେ ମୁନିସିପାଳିଟୀ ଛକ ନିକଟସ୍ଥ ସାମ୍ବାଦିକ ଭବନ ଠାରେ ଆଜି ଫଗୁନ୍ ମିଲନ୍ ମହା ସମାରୋହରେ ପାଳିତ ହୋଇଯାଇଛି। ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ଅନୁଷ୍ଠାନ୍ ର ସଭାପତି କମଳ ଲୋଚନ ପଣ୍ଡା ଙ୍କ ସଭାପତିତ୍ବ ରେ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସମ୍ବଲପୁର ର ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କ ମିଳିତ ଉଦ୍ୟମରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭ୍ୟ ମନରଞ୍ଜନ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ସଙ୍ଗଠନ ର ସଦସ୍ୟ ତ୍ରିଲୋଚନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ ଫଗୁନ୍ ମିଲନ୍ ତଥା ଶ୍ରୀରାଧା କୃଷ୍ଣଙ୍କ ରାସ ର ବିଭିନ୍ନ ଦିଗ ତଥା ପାଳନ ର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ଏହାସହିତ ଏକ ସମ୍ବଲପୁରୀ କବିତା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ସହର ତଥା ଆଖ ପାଖ ଅଞ୍ଚଳରୁ ପାଖା ପାଖି ୨୦ ରୁ ୨୫ ଜଣ କବି କବୟତ୍ରୀ ଏଥିରେ ଯୋଗ ଦେଇ ନିଜ ସ୍ଵରଚିତ କବିତା ଗୁଡ଼ିକ ପାଠ କରିଥିଲେ। ଏହା ସହିତ ଗୀତ ସଂଗୀତ ର ଆସର ମଧ୍ୟ ହୋଇଥିଲା। ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ବାରା ପରିବେଷିତ ବିଭିନ୍ନ ସଂଗୀତ ଆସରକୁ ମନ୍ତ୍ର ମୁଗ୍ଧ କରିଦେଇଥିଲା । ଏହି ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା କବିତା ପାଠ ରେ ବିଶିଷ୍ଟ କବି ଗଣ ଯଥା କାହ୍ନୁ କେଶବ ବହିଦାର,ପ୍ରଦୀପ ଯୋଶୀ, ପ୍ରଦୀପ ପାଣିଗ୍ରାହୀ,ଡଃ ପ୍ରଦୀପ କୁମାର ପଣ୍ଡା, ପ୍ରତ୍ୟୁଷ କୁମାର ମିଶ୍ର, ଜୟକୃଷ୍ଣ ବେହେରା, ଶିବ ପ୍ରସାଦ ମେହେର,ସବିତା ମିଶ୍ର , ଚିରଞ୍ଜିବୀ ପ୍ରଧାନ ଇତ୍ୟାଦି କବିତା ପାଠ କରିଥିଲେ। ସଭା ଶେଷରେ ଜିଲ୍ଲା ସାମ୍ବାଦିକ ସଂଘ ର ସଂପାଦକ ଶଙ୍କର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଦ୍ୟୋତ ପଟ୍ଟନାୟକ,ବିପ୍ଳବ ଡନସନା ପ୍ରମୁଖ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ