Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଲଡୁଙ୍ଗୁରୀରେ ଅତ୍ୟାଧୁନିକ ମାର୍କେଟ ଟର୍ମିନାଲ ଏକ ସ୍ୱପ୍ନ ଥିଲା !

ସମ୍ବଲପୁର:ସମ୍ବଲପୁର ଜିଲ୍ଲା କବରାପାଲି ପଞ୍ଚାୟତର ନୀଳଡୁଙ୍ଗୁରୀଠାରେ ଥିବା ସରକାରୀ କୃଷି ଫାର୍ମର ୬୦ ଏକର ଜାଗାରେ ପିପିପି ମୋଡରେ ଏକ ଅତ୍ୟାଧୁନିକ ମାର୍କେଟ ଟର୍ମିନାଲ ନିର୍ମାଣ ପାଇଁ ୨୦୧୪ ମସିହାରେ ନିର୍ବାଚନ ପୁର୍ବରୁ ରାଜ୍ଯ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ମୋଟ ୭୩,୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୯,୪୯ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାର ଯୋଜନା ରହିଥିଲା । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୋଲକାତାର ଏକ ବେସରକାରୀ କମ୍ପାନୀ ଏଏମ୍ ଇଣ୍ଟରନ୍ୟାଶନାଲ କମ୍ପାନୀକୁ ଚୟନ କରାଯାଇଥିଲା । କମ୍ପାନୀ ଅବଶିଷ୍ଟ ରାଶି ଅଂଶଧନ ଓ ରଣ ଆକାରରେ ଯୋଗାଡ କରି ଅତ୍ୟାଧୁନିକ ବଜାର ପ୍ରତିଷ୍ଠା କରାଯିବାର ଯୋଜନା ହୋଇଥିଲା । ଏହି ମାର୍କେଟ ଟର୍ମିନାଲ ନିର୍ମାଣ ହେଲେ ସ୍ଥାନିୟ ଫୁଲ ଏବଂ ଫଲ ଚାଷୀଙ୍କ ସହ ପଶ୍ଚିମାଞ୍ଚଳ ର ୧୦ ଟି ଜିଲ୍ଲା ର ଚାଷୀ ଉପକ୍ରୁତ ହୋଇପାରିବେ ବୋଲି କୁହାଯାଇଥିଲା। ତେବେ ୧୦ ବର୍ଷ ପରେ ବି ଏହି ବୃହତ୍ ମାର୍କେଟ ଟର୍ମିନାଳ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ପଶ୍ଚିମାଞ୍ଚଳ କୃଷି ପ୍ରଧାନ ଅଂଚଲ ହୋଇ ଥିବାରୁ ମାର୍କେଟ ଟର୍ମିନାଲ ନିର୍ମାଣ ହେଲେ ଚାଷୀ ମାନେ ଅତ୍ୟାଧୁନିକ ବଜାର ପାଇବେ ବୋଲି ବିଶ୍ବାସ କରୁଥିଲେ। ତେବେ ରାଜ୍ୟ ସରକାର ପଶ୍ଚିମାଞ୍ଚଳ ପ୍ରତି ଆନ୍ତରିକତା ନଥିବା ପ୍ରମାଣ ଦେଇ ଆଜି ପର୍ୟ୍ଯନ୍ତ ନିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ କାମ ଆରମ୍ଭ କରିନଥିବା ଦୁର୍ଭାଗ୍ଯ ର ବିଷୟ ବୋଲି ସାମାଜିକ ସଂଗଠନ ସମଲେଇ ସେନା ପଶ୍ଚିମାଞ୍ଚଳ ଅଭିଯୋଗ କରିଛି। ତେବେ ଏହି ପ୍ରକଳ୍ପ ହେବ ନା ନାହିଁ ଯଦି ହେବ ତେବେ କେବେ ହେବ ତାହା ସ୍ପଷ୍ଟ କରିବାକୁ ସରକାରଙ୍କୁ ସମଲେଇ ସେନା ପଶ୍ଚିମାଞ୍ଚଳ ପକ୍ଷରୁ ସଂଗଠନର ସଂଯୋଜକ ଆଦିତ୍ୟ ପଧାନ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ