Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁଲୁଛି ସମ୍ବଲପୁର:ଆଜି ନିଷ୍ପତ୍ତି !

ସମ୍ବଲପୁର:ସରିନି ସର୍ଭେ।ଚାଲିଛି ତର୍ଜମା।ଫାଇନାଲ ହୋଇନି ସମ୍ବଲପୁର ବିଧାନସଭାର ଆସନ ସବୁ।ଯଦିଓ ରେଙ୍ଗାଲି ବିଧାନସଭାରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି ଅନ୍ୟ ୩ ଆସନ କୁଚିଣ୍ଡା,ସମ୍ବଲପୁର ଓ ରେଢାଖୋଲରେ ବିଜେଡି ତାର ନାମ ଘୋଷଣା କରି ପାରିନି।ଯଦିଓ ଏଜ ଇଟ୍ ବୋଲି ପ୍ରଚାର ଚାଲିଛି ତାହାଯେ ସମ୍ଭବ କରିବା ସୁପ୍ରିମୋ ପାଖରେ ବଳ ପାଉନି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶକୁ ବିଜେଡି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରି ବର୍ତ୍ତମାନ ହରଡ ଘଣାରେ ପଡିଛି।ଦଳର କର୍ମୀ ଓ ନେତାଙ୍କୁ ଯୋସ୍ ଦେବାକୁ ଯାଇ କହୁ କହୁ ସିନା ପ୍ରଣବ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପାଇଁ ଦଳ ସଭାପତି ଚାହିଁଲେ ପ୍ରାର୍ଥୀ ହେବେ ବୋଲି ବାହାଷ୍ପୋଟ ମାରି କହିଦେଲେ କିନ୍ତୁ ,ଅନୁଭବ ହେଉଛି ଏହି ନିଷ୍ପତ୍ତି ଏବେ ବଡ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହାଯେ ଏତେ ସହଜ ହେବ ତାହା ଏବେ ଧରା ପଡିଯାଇଛି। ଜନ ବଦନାମ୍ ଓ ସମାଲୋଚନାରୁ ବର୍ତ୍ତିବା ପାଇଁ ସର୍ଭେ ରିପୋର୍ଟ ବି ଚେତାଇ ଦେଲାଣି ସମ୍ବଲପୁର ଲୋକସଭା କାହା ସପକ୍ଷରେ ଯାଉଛି ଓ ଜିଲ୍ଲାର ୪ ବିଧାନସଭା କ୍ଷେତ୍ର ଉପରେ ଜନତା କାହାକୁ ଭରସା କରୁଛନ୍ତି?ବର୍ତ୍ତମାନ ଚାପ ଓ ଲବି ଏଭଳି ଦୋଛକିରେ ପଡିଛି ବିଜେଡି।ହୁଏତ ଶେଷ ମୁହୂର୍ତ୍ତରେ ବିଜେଡି ତାର ସମସ୍ତ ପ୍ରାର୍ଥୀ ଉପରେ ବଡ ନିଷ୍ପତ୍ତି ନେଇପାରେ! ବିଜେଡିକୁ ଅଲୋଡା ପଡିଥିବା ପୁର୍ବତନ ସାଂସଦ ନଗେନ୍ଦ୍ର ପଧାନଙ୍କୁ ମଧ୍ୟ ବିଶ୍ୱାସକୁ ଅଣା ଯାଇପାରେ। ସେଭଳି ଅବସ୍ଥା ଆସିଲାଣି ଓ ଦଳର ଆଭ୍ୟନ୍ତରୀଣ ସର୍ଭେବି ଏଭଳି ପ୍ରାର୍ଥୀ ମୈଦାନକୁ ଓଲ୍ଲେଇବା ପୁର୍ବରୁ ଜନମତ ସର୍ଭେକୁ ଆଧାର କରି ଚେତାଇ ଦେଲାଣି।ବିଜେଡି ବି ଏ ଦିଗରେ ତର୍ଜମା କଲାଣି।ବିଜେପି ଯଦିଓ ଲୋକସଭା ଠାରୁ ଆରମ୍ଭ କରି ସମ୍ବଲପୁର ଜିଲ୍ଲାର ୪ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ତେବେବି ଗୋଟିଏ ସିଟରେ ପରିବର୍ତ୍ତନ କରାଯାଇ ପାରେ ବୋଲି ଚାପ ଆସିଲାଣି।କିନ୍ତୁ ସମାଜକୁ କୌଣସି ଖରାପ ବାର୍ତ୍ତା ଯାଉ ବିଜେପି ଚାହୁଁନି। ରିସ୍କ ଉଠାଇ ସଫଳତା ଉପରେ ବିଶ୍ୱାସ କରି ପୁର୍ବପ୍ରସ୍ତୁତି ଚଲାଇଛି।ଯଦିଓ କିଛି ଅସନ୍ତୋଷ ଦେଖା ଦେଉଛି ତାହାର ସେଭଳି କିଛି ବଡ ପ୍ରଭାବ ପଡିବ ସେଭଳି କିଛି ନାହିଁ। କିନ୍ତୁ ବିଜେଡିରେ ତୀବ୍ର ହୋଇଛି ଗୋଷ୍ଠୀ ବିବାଦ। ଅବଶ୍ୟ ଏହାର ସରଳ ସମାଧାନ ପାଇଁ ପ୍ରଣବ ୨ ଦିନ ତଳେ ପ୍ରୟାସ କରି ସୂତ୍ର ବାହାର କରିଛନ୍ତି।କିନ୍ତୁ ଏହି ମହୌଷଧିଯେ,କାମକୁ ଆସିବ ସେ ଭଳି ଅନୁଭବ କରାଯାଉନି।ବରଂ ପ୍ରତିକ୍ରିୟା ର ବାସ୍ନା ବହୁଛି।ସମ୍ବଲପୁର ଓ କୁଚିଣ୍ଡାରେ ମାଳ ମାଳ ଆଶାୟୀ ରହିଥିବା ବେଳେ ରେଢାଖୋଲରେ ସ୍ଥାନୀୟ ପ୍ରାର୍ଥୀ ଭଳି ପ୍ରସଙ୍ଗ ମୁଣ୍ଡ ଟେକିଛି।ଯୁଯୋମୁରା ବ୍ଲକରୁ ରେଢାଖୋଲ ଓ ନାକଟିଦେଉଲ ବ୍ଲକ୍ ପର୍ଯ୍ୟନ୍ତ ସବୁଠୁ ଆଶାୟୀ ନେତା ବିଜେଡିରୁ ପ୍ରାର୍ଥୀ ହେବାକୁ ଆବେଦନ କରିଛନ୍ତି।ଅବଶ୍ୟ ନିର୍ବାଚନ ମଣ୍ଡଳୀ ଭିତରୁ ଯିଏ ବି ପ୍ରାର୍ଥୀ ହେବେ ସମସ୍ତେ ତା ପାଇଁ ଲଢେଇରେ ମନ ପ୍ରାଣ ଦେଇ କାମ କରିବେ କିନ୍ତୁ ବାହ୍ୟ ବା ଥଇଥାନ୍ ପ୍ରାର୍ଥୀଙ୍କୁ ବାଏ ବାଏ ବୋଲି ଯେଉଁ ଚେତାବନି ଦେଇଛନ୍ତି ସେଥିରେ ଝୁଲି ରହିଛି ପ୍ରାର୍ଥୀଙ୍କ ଭାଗ୍ୟ ଭବିଷ୍ୟତ।ଦଳ ଯାହା ଚିନ୍ତା କରୁନା ତୃଣମୂଳ ସ୍ତରରୁ କରାଯାଉଥିବା ସର୍ଭେ,ଗୋଇନ୍ଦା ରିପୋର୍ଟ,ପ୍ରାର୍ଥୀର ସ୍ୱଚ୍ଛତା ଓ ପ୍ରତିବଦ୍ଧତା ଭଳି ଦିଗକୁ ଆଧାର କରିହିଁ ପ୍ରାର୍ଥୀ ଘୋଷଣା ହୋଇପାରେ।ଆଉ ଏଥିରେ ବିଳମ୍ବ ନକରି ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା ବୁଧବାର ସମ୍ବଲପୁର ଜିଲ୍ଲା ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ଜଣାପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ