Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଐତିହାସିକ ମଠେଶ୍ୱର ଶୈବପୀଠର ହେବ ପୁନଃଋଦ୍ଧାର,ଟ୍ରଷ୍ଟ ଗଠନ ସହ ଉନ୍ନତି ପାଇଁ ଅଞ୍ଚଳବାସୀ ହେଲେ ଏକାଠି

ସମ୍ବଲପୁର(ଖରସନମାଲ): ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ ଘେରା ଖଇରମାଲ ଗ୍ରାମ ନିକଟସ୍ଥ ଗୋସେଇଁ ମଠ ପାହାଡ଼ରେ ପ୍ରାୟ ୨୫୦ବର୍ଷ ପୂର୍ବରୁ ଅବସ୍ଥାପିତ ଐତିହାସିକ ମଠେଶ୍ଵର ବାବାଙ୍କ ଶୈବପୀଠ ସଂପୂର୍ଣ୍ଣ ଭାବରେ ଅବହେଳିତ ହୋଇ ପଡ଼ିରହିଛି। ଆଞ୍ଚଳିକ ଜନସାଧାରଣ, ପ୍ରଶାସନିକ ଅଧିକାରୀ କିମ୍ବା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦୃଷ୍ଟି ଏହି ଶୈବପୀଠରେ ବର୍ତ୍ତମାନ ପର୍ଯ୍ୟନ୍ତ ପଡ଼ିନାହିଁ। ତେବେ ଆଜି ପବିତ୍ର ଚୈତ୍ର ଅମାବାସ୍ୟାରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ଜନସାଧାରଣଙ୍କୁ ନେଇ ମଠେଶ୍ୱର ପୀଠରେ ଏକ ବୈଠକ ଅନଷ୍ଠିତ ହୋଇଥଲା। ଏଥିରେ ମଠର ପାରିପାର୍ଶ୍ବିକ ଉନ୍ନତି, ବିଦ୍ୟୁତିକରଣ, ଏଠାକୁ ସୁଗମ୍ୟ ରାସ୍ତା, ପାନୀୟ ଜଳର ସୁବ୍ୟବସ୍ଥା, ମଠର ପୂଜକଙ୍କ ଚଳନି ପାଇଁ ବ୍ୟବସ୍ଥା ଆଦି ପ୍ରମୁଖ ବିଷୟ ଉପରେ ଆଲୋଚନା କରାଯାଇ କିଭଳି ଭାବରେ ଉକ୍ତ କାର୍ଯ୍ୟ ଗୁଡ଼ିକ ତ୍ୱରାନ୍ୱିତ କରାଯାଇପାରିବ ସେନେଇ ବିଭିନ୍ନ ଅଧିକାରୀଙ୍କ ପରାମର୍ଶ ନେବାପାଇଁ ବୈଠକରେ ପ୍ରସ୍ତାବ ନିଆଯାଇଥିଲା। ଆଜିର ବୈଠକରେ ପୂର୍ବତନ ବିଧାୟକ ରବିନାରାୟଣ ନାଏକଙ୍କ ସହିତ ସୁଶାନ୍ତ ପଟେଲ, ଶେଷଦେବ ବେହେରା, ଦେବେନ୍ଦ୍ର ପ୍ରଧାନ, ପ୍ରଦୀପ ବେହେରା, ମାନଭଞ୍ଜନ ମେହେର, ଗୁରୁଦେବ ମିର୍ଦ୍ଧା, ନିରଞ୍ଜନ ମିର୍ଦ୍ଧା, ପ୍ରସନ୍ନ ପ୍ରଧାନ, ସରୋଜ ପ୍ରଧାନ, ନରେଶ ବେହେରା, ଅଭିମନ୍ୟୁ ବାନଛୋର, ସୁମନ୍ତ ପଧାନ, ମିଳନ ମିର୍ଦ୍ଧା, ମନୋଜ ପ୍ରଧାନ, ସୁଶିଲ ବାଗ, କୁଷଧର ପ୍ରଧାନ, ସୁଶାନ୍ତ ପ୍ରଧାନ, ସୁଦାମ ଖମାରୀ ଓ କୃଷ୍ଣଚନ୍ଦ୍ର ଖମାରୀ ସକ୍ରିୟ ଅଂଶଗ୍ରହଣ କରି ଆଲୋଚ୍ୟ ପ୍ରସ୍ତାବ ଗୁଡିକ ଖୁବ୍ ଶୀଘ୍ର କାର୍ଯ୍ୟାରମ୍ଭ ପାଇଁ ଶପଥ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ