Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନବୀନ ନିବାସରେ ନଗେନ୍ଦ୍ର:ବବିଙ୍କ ସ୍ଥାନ ନେବା ଚର୍ଚା

ସମ୍ବଲପୁର:ବ୍ୟସ୍ତତାରେ କୌଣସି କାମର ସମାଧାନ ହୋଇନଥାଏ,ତେଣୁ ବୁଝିବିଚାରି ଓ ଚିନ୍ତା କରି ଶାନ୍ତ ମନରେ ସମସ୍ୟାର ସମାଧାନ ହୋଇଥାଏ ବୋଲି ଵିଜ୍ଞ ବ୍ୟକ୍ତିଙ୍କ ମତ ସତ ହେବାକୁ ଯାଉଛି।ଆଜି ହଠାତ୍ ନବୀନ ନିବାସରେ ସମ୍ବଲପୁରର ପୁର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ ନେଇ ବିଜ୍ଞ ବ୍ୟକ୍ତି ଭିତରେ ଏଭଳି ଧାରଣା ସୃଷ୍ଟି ହୋଇଛି।ଦଳ ପାଇଁ ଅଲୋଡା ହୋଇପଡିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ହଠାତ୍ କାହିଁକି ଯେ,ନବୀନ ନିବାସକୁ ଡକରା ପଡିଲା ଏହି ବିଚାରକୁ ନେଇ ଆମେ କହିପାରିବାକି ସମୟ କେବେ ବି ପରିବର୍ତ୍ତନ ହୋଇପାରେ ?
ଶୁଣା ଯାଉଛି ପରିବର୍ତ୍ତନର ସମୟ ଆସିଛି।ଆଉ ସେହି ପରିବର୍ତ୍ତନରେ ଚିନ୍ତା ନ ବଢ଼ାଇ କାର୍ଯ୍ୟ କରିବାର ପୁଣି ଜଣେ ସଂଗ୍ରାମୀ ବୀର ସମ୍ବଲପୁରର ମଙ୍ଗ ଧରୁଛନ୍ତି। ଏଭଳି ବିଶ୍ୱାସ ଜନ୍ମ ନେଉଛି ଅନେକ ହୃଦୟରେ।ଆଉ ଏଭଳି ବିଶ୍ୱାସ ନବୀନ ନୀବାସରେ ନଗେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ ନେଇ ଜାହିର କହୁଛି। ଆଉ ନଗେନ୍ଦ୍ର ମଧ୍ୟ ଦଳ ସୁପ୍ରିମୋଙ୍କ ସହ କଥା ହୋଇଛନ୍ତି ଓ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ବି ସୂଚନା ଦେଇଥିବାରୁ ନଗେନ୍ଦ୍ରଙ୍କ ଉପସ୍ଥିତିକୁ ବହୁ ଲୋକଙ୍କ ଅପେକ୍ଷା ରହୁଛି।
ତେବେ ଗୋଟିଏ ପ୍ରଶ୍ନ ଉଠୁଛି ପ୍ରଣବଙ୍କୁ ସହଯୋଗର ହାତ ବଢ଼ାଇବେ ନଗେନ୍ଦ୍ର ନାଁ ପ୍ରଣବଙ୍କ ସ୍ଥାନ ନେବେ ସିଏ ?
ଯାହା ହେଲେ ବି ସମ୍ବଲପୁର ରାଜନୈତିକ ପାଣିପାଗ ବର୍ତ୍ତମାନ କୁ ଭିନ୍ନ ଜଣାପଡୁଛି।ଅତି ଜଟିଳ ପରିସ୍ଥିତିରେ ରହିଛି ସମ୍ବଲପୁର ।ସଂଗଠନ ସଂପାଦକ ଯେ, ସାଂଗଠନିକ ଦୃଷ୍ଟି କୋଣରୁ ସମସ୍ତଙ୍କୁ ଏକାଠି କରି ପାରିବେ ଏହି ଆଶା କ୍ଷୀଣ ହେଲା ପରି ଲାଗୁଛି।ଏପରିକି ଜିଲ୍ଲା ସଭାପତି ନିଜ କ୍ଷମତା ଓ ପଦ ସୁରକ୍ଷା ଲାଗି ଯେଉଁ ସମୟ ବିନିଯୋଗ କରୁଛନ୍ତି ବାସ୍ତବରେ ଦଳ ପାଇଁ ତାଙ୍କର ସେତିକି ଆଗ୍ରହ ନାହିଁ।କଳେବଳେ କୌଶଳେ କ୍ଷମତାକୁ ଜାବୁଡି ଧରି ଦଳକୁ ଓ ଦଳର କାର୍ଯ୍ୟଧାରାକୁ ଯେଭଳି ବ୍ୟବସାୟିକ କରଣରେ ପରିଣତ କରିସାରିଛନ୍ତି ସେଥିରେ ଭଲ ଲୋକ ତାଙ୍କୁ ଆଉ ବିଶ୍ୱାସକି ନେବ ଭଳି ଲାଗୁନି। ଏପରିକି ଯେତିକି ସରପଞ୍ଚ୍,ସମିତିସଭ୍ୟ/ସଭ୍ୟା,ବ୍ଲକ ଅଧ୍ଯକ୍ଷ/ଅଧ୍ୟକ୍ଷା ଠାରୁ ଜିଲ୍ଲାପରିଷଦ ଯାଏ ତାଙ୍କ ଛାଇ ମାଡୁଥିବା ଭଳି ଦୃଶ୍ୟ ବିରଳ।ତେବେ ଛାୟା ଓ ଠିକାଦାର ଗୋଷ୍ଠିହିଁ ପାଖ ତଳ ଛାଡୁନଥିବା ଯୋଗୁଁ ଓଡିଶା ବିକାଶରେ ଏମାନଙ୍କ ନେତୃତ୍ୱ ଉପରେ ଆଉ ସେତେଟା ଲୋକଙ୍କ ବିଶ୍ୱାସ ରହୁନି। ପୁନଶ୍ଚ ନିର୍ବାଚନ ମଣ୍ଡଳୀ ବାହାର ଉପକୂଳିଆ ନେତା ଯିଏକି ବିଜେଡି ଦଳର ସଂଗଠନ ସଂପାଦକ ଅଛନ୍ତି ସେହି ପ୍ରଣବ ପ୍ରକାଶ ଦାଶ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଜିଲ୍ଲା ସଭାପତିଙ୍କୁ ଝୁଲାଇ ରଖିବା ଆଭ୍ୟନ୍ତର ବିଚାରଧାରା ସାଧାରଣ ଭାବେ କେହିବି ପସନ୍ଦ କରିବେନି। ବର୍ତ୍ତମାନ ଜିଲ୍ଲା ସଭାପତି ସମ୍ବଲପୁର ନାଁ ରେଢାଖୋଲ କେଉଁଠି ଲଢିବେ ତାହା ସ୍ଥିର ନହେବା କରଣରୁ ଏହାର ଖରାପ ପ୍ରଭାବ ଭୋଟରଙ୍କ ଉପରେ ସିଧାସଳଖ ପଡୁଛି।
ଦଳ ଭିତରେ କ’ଣ ଚାଲିଛି କେବଳ ସେମାନଙ୍କୁ ଜଣା ଥିବ ଯେଉଁ ମାନେ କେବଳ ଦଳର ନିତି ନିର୍ଧାରଣ କରି ସମସ୍ତ ରାଜନୈତିକ ନିଷ୍ପତ୍ତି ନେଇଥାନ୍ତି। ତେବେବି ଜଣାପଡୁଛି,ସମ୍ବଲପୁର ଲୋକସଭା ଆସନ ଠାରୁ ଆରମ୍ଭ କରି ସମସ୍ତ ବିଧାନସଭା ଆସନ ଗୁଡିକ ବର୍ତ୍ତମାନ ଦୋହଳିବାକୁ ବସିଲାଣି।ଏହାକୁ ଟାଇଟ୍ କରିବାକୁ କୁଆଡେ ଦଳ ସୁପ୍ରିମୋ ମନ ସ୍ଥିର କରି ଏବେ ଖୋଜିବା ଆରମ୍ଭ କରିଛନ୍ତି। ଦେଖାଯାଉ ଆଗକୁ କିଭଳି ପଦକ୍ଷେପ ନିଆଯିବ ଆଜି କିମ୍ବା ଆସନ୍ତା କାଲି ସ୍ପଷ୍ଟ ଜଣାପଡିଯିବ।