Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଟିକଟରୁ ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ !

ଭୁବନେଶ୍ବର: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି। ଆଜି ଏଭଳି ଇସାରା ମିଲିଛି।ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀ ଘୋଷଣା ହୋଇପାରେ। ଏବେ ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି। ତେଣୁ ତାଙ୍କୁ ଟିକେଟ୍‌ ମିଳିପାରେ। ଜୁଏଲଙ୍କ ନିର୍ବାଚନୀ ସଭାରେ ଏଭଳି ଇସାରାକୁ ନେଇ ରାଉରକେଲାରେ ରାଜନୈତିକ ସରଗରମ ବୃଦ୍ଧି ପାଇଛି।
ତଳସରା ନିର୍ବାଚନ ମଣ୍ଡଳୀର ସବଡେଗା ଠାରେ ନିର୍ବାଚନୀ ପ୍ରଚାର ସମୟରେ ସାଂସଦ ଜୁଏଲ ଓରାମ ଦିଲ୍ଲୀପ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି।ଯଦି ସେ ବିଦ୍ଧିବଧ ଭାବେ ବିଜେପିରେ ଯୋଗଦାନ କରିବେ ତେବେ ଦଳ ତାଙ୍କୁ ପ୍ରାର୍ଥୀ କରିବ କହି ରାଜନୈତିକ ବାତାବରଣକୁ ସରଗରମ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀପ ରାୟ ୨୦୧୮ରେ ବିଜେପି ଛାଡ଼ିଥିଲେ। ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ। ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ କୋଇଲା ଦୁର୍ନୀତି ମାମଲାରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ସହ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ପାଇବାରେ ସଫଳ ହୋଇଛନ୍ତି।ଦିଲ୍ଲୀପଙ୍କ ସକ୍ରିୟ ରାଜନିତିକୁ ମଧ୍ୟ ରାଉରକେଲା ବାସୀ ସ୍ୱାଗତ କରିଛନ୍ତି। ଯଦି ଦିଲ୍ଲୀପ୍ ରାଉରକେଲାରୁ ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିର ଶାରଦା ନାୟକଙ୍କ ସହିତ ତାଙ୍କର ସିଧା ଲଢ଼େଇ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ