ସୋନପୁର ମୁଖ୍ୟ ଡାକଘର ର ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
 
        ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ମୁଖ୍ୟ ଡାକଘର ତରଫରୁ ଭୋଟର ଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିପାଇଁ ଗତକାଲି ସକାଳେ ସୋନପୁର ସବ ଡିଭିଜନ ପୋଷ୍ଟାଲ ଇନ୍ସପେକ୍ଟର ଙ୍କ ତତ୍ୱବଧାନରେ ପ୍ରଭାତ ଫେରି ତଥା ଭୋଟର ସଚେତନତା ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡାକ କର୍ମଚାରୀ ପୋଷ୍ଟର, ବ୍ୟାନର ଏବଂ ପ୍ଲାକାର୍ଡ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବାକୁ ସୋନପୁର ମଝିପଡା ମୁଖ୍ୟ ଡାକଘର ସମ୍ମୁଖରୁ ବାହାରି ମଝିପଡ଼ା, ଘୋଡାଘାଟପଡ଼ା, ମେନରୋଡ, କଚେରୀ ଛକ ଇତ୍ୟାଦି ସ୍ଥାନ ଦେଇ ଜନସାଧାରଣ ଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ। କାର୍ଯ୍ୟକ୍ରମ ଟିକୁ ସଞ୍ଜୟ କୁମାର ମିଶ୍ର ଓଏସ ମେଲ ସୋନପୁର ତଥା ସୋନପୁର ମୁଖ୍ୟ ଡାକଘର ର କର୍ମଚାରୀ ଏବଂ ଜିଡିଏସ କର୍ମଚାରୀ ଙ୍କର ସହଯୋଗ ରେ ସୁଚାରୁ ରୂପେ ସମ୍ପୂର୍ଣ୍ଣ ହୋଇଥିଲା।

 
                        
 
                                 
                                 
                                 
                                 
                                