Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମୀରେ ରାମଲୀଳା:ଲଙ୍କା ପୋଡି ପରେ ଶ୍ରୀରାମ ଧ୍ୱନୀରେ ମଞ୍ଚ ପ୍ରକମ୍ପିତ

ସମ୍ବଲପୁର (କୁସୁମୀ):ରାମ ଲୀଳାର ୭ମ ଦିନରେ ଆଜି ମଞ୍ଚ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପନ ହୋଇଛି।ସଭାର ଅତିଥି ମାନଙ୍କ ଠାରୁ ପ୍ରଭୁ ହନୁମାନ୍ ଙ୍କ ଶ୍ରୀରାମ ଉଚ୍ଚାରଣରେ ସମଗ୍ର କୁସୁମୀରେ ଆଧ୍ୟାତ୍ମିକର ପରିବେଶ ସୃଷ୍ଟି ହୋଇଛି। ୮ ଦିନ ବ୍ୟାପି ଆୟୋଜନ ହେବାକୁ ଥିବା ଏହି ମହୋତ୍ସବରେ କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା ବହୁ ବିଶିଷ୍ଟ ବିଶେଷ ବିଭିନ୍ନ ଦିନରେ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଏହାକୁ କୁସୁମୀର କଳା ଓ କଳାକାର ସଂଘ ପରିଚାଳନା କରୁଛନ୍ତି।
ଆଜି କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ବଧ,ଲଙ୍କା ପୋଡି ଓ ସେତୁବନ୍ଧ ପ୍ରତିଷ୍ଠା କାର୍ଯ୍ୟକ୍ରମର ନାଟ୍ୟ ଅଭିନୟ ଖୁବ୍ ଚିତ୍ତାକର୍ଷକ ହୋଇଥିଲା।ହଜାର ହଜାର ଦର୍ଶକଙ୍କ ଗହଣରେ ରାମଲୀଳା ମହୋତ୍ସବ ଖୁବ ଆକର୍ଷଣୀୟ ହୋଇଛି। ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ଚିତ୍ତାକର୍ଷକ ଅଭିନୟ କରିଥିଲେ।
ଆଜିର ଉତ୍ସବରେ ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ପାତ୍ର,ରାମଲୀଲା କମିଟି ସଭାପତି ଦୀପକ ସାହୁ,ସଂପାଦକ ନିର୍ମଳ ବଢ଼ାଇ, ବରିଷ୍ଠ କଳାକାର କମଳ ଲୋଚନ ପଣ୍ଡା,କବି ଲଲିତ ମୋହନ ବେବର୍ତ୍ତା ଓ ବରିଷ୍ଠ କଳାକାର ବରୁଣ ସାହୁ ରାଜ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ଅତିଥି ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା।କଳା ଓ କଳାକାର ସଂଘର ସଭାତି ବିଭୁତି କଲ୍ୟାଣ ପଟେଲ ସଭାରେ ଅଧ୍ୟକ୍ଷତାରେ କରିଥିବା ବେଳେ ଉପଦେଷ୍ଟା ଆଦିତ୍ୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହାକୁ ସୁଜ୍ଞାନୀ ନାୟକ, ପ୍ରମୂଖ ପରିଚାଳନା କରୁଥିବା ବେଳେ ରାମଲୀଳାକୁ ମିତ୍ରଭାନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ଅଶୋକ ଜୟପୁରିଆ, ଭାରତୀ ପଟେଲ ଓ ଲିଲିମା ପଟେଲଙ୍କ ସଂଗୀତ ମୂର୍ଚ୍ଛନାରେ ମଞ୍ଚ ଖୁବ ସଂଗୀତମୟ ହୋଇଉଠିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ