Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୋନପୁରରୁ ପ୍ରିୟବ୍ରତ ଓ ବୀରମହାରାଜପୁରରୁ ପ୍ରଦୀପ ହେଲେ କଂଗ୍ରେସ ପ୍ରାର୍ଥୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି କଂଗ୍ରେସ ର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଏଥର ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୁବନେତା ପ୍ରିୟବ୍ରତ ସାହୁ ଓ ବୀରମହାରାଜପୁର ପାଇଁ ପ୍ରଦୀପ ସେଠୀଙ୍କ ନାମ ଘୋଷଣା ହୋଇଛି। ଉଭୟେ ଏକ ଯୁବ ସଂଗଠକ ଭାବରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି। ଉଭୟେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଥିବା ସହ କଂଗ୍ରେସ ର ବିଭିନ୍ନ ସାଂଗଠନିକ ପଦପଦବୀ ରେ ରହିଥିବା କାରଣରୁ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଏମାନେ ବେଶ ପରିଚିତି ଅଛନ୍ତି। ବିଶେଷ କରି ଚଳିତ ନିର୍ବାଚନ ମୈଦାନରେ ସୋନପୁର ଓ ବୀରମହାରାଜପୁର ପାଇଁ ଯୁବକ ମାନଙ୍କ ଉପରେ କଂଗ୍ରେସ ଦଳ ଆସ୍ଥା ପ୍ରକଟ କରିଥିବାରୁ ଏଥର ର ନିର୍ବାଚନ ଏକ ରୋଚକ ପରିସ୍ଥିତି ଦେଇ ଗତି କରିବ ବୋଲି ଜିଲ୍ଳାର ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।