Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲ ରେ ଏଥର ନୂତନ ସୂର୍ଯୋଦୟ !

ସମ୍ବଲପୁର (ରେଢାଖୋଲ ):ରେଢାଖୋଲ ଏଥର ନୂତନ ସୂର୍ଯୋଦୟ ଦେଖିବ!ନେତୃତ୍ୱର ନେତାଙ୍କୁ ବାଛିବେ ଜନତା।ଲୋଭ ମାୟା ମୋହରୁ ଉଦ୍ଧାର ହେବାକୁ ଯାଉଛି ରେଢାଖୋଲ ବିଧାନସଭା। ଟଙ୍କାର ଖେଳରୁ ମୁକୁଳି ମାନବିକତାର ଜନମତ ସାବ୍ୟସ୍ତ ହେବ।କାମ କରିବନି ଆଉ ଠିକାଦାର ରାଜର ନେତୃତ୍ୱ।ରେଢାଖୋଲର ସମ୍ମାନ ରଖି ଅସଲ ନେତୃତ୍ୱକୁ ବିଜୟୀ କରାଇ ଓଡିଶାକୁ ନୂଆଁ ଦିଶା ଦେଖାଇବାରେ ରେଢାଖୋଲ ର ରହିବ ଭାଗିଦାରିତା।ଏଭଳି ସମ୍ଭାବନା ଏବେ ଜଳ ଜଳ ଦେଖା ଦେଉଛି।
ତେବେ ବର୍ତ୍ତମାନକୁ ରେଢାଖୋଲ ବିଧାନସଭା ଆସନରେ ୩ ମୁଖ୍ୟ ଦଳରୁ ପ୍ରାର୍ଥୀ ଛିଡା ହୋଇଛନ୍ତି।ବିଜେପିରୁ ଦେବେନ୍ଦ୍ର ମହାପାତ୍ର,ବିଜେଡିରୁ ଇଂ.ରୋହୀତ ପୂଝାରୀ ଓ କଂଗ୍ରେସରୁ ଯୁଯୋମୁରା କେଶାପାଲି ଜମିଦାର ପୁଅ ଆସବ ଅଲ୍ଲି ଖାଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ଉଭୟ ୩ ପ୍ରାର୍ଥୀ ରେଢାଖୋଲ ପାଇଁ ନୂଆ ନୁହଁନ୍ତି। ସମସ୍ତେ ପୁରୁଣା ଚେହେରା।ସମସ୍ତଙ୍କ ନେତୃତ୍ୱ ଓ ସାଂଗଠନିକ ଦକ୍ଷତା କ’ଣ ଅଳ୍ପ ଅଧିକେ ଜାଣିଛନ୍ତି ନିର୍ବାଚନ ମଣ୍ଡଳୀ ଜନତା।ତେଣୁ ଏଥର କାହାକୁ ଭୋଟର ଭୋଟ ଦେଇ ମୁକୁଟ ପିନ୍ଧାଇବେ ତାହା ଭିତରେ ଭିତରେ ଚୟନ ମୂଳକ ନିଷ୍ପତ୍ତି ନେଲେଣି ଭୋଟର୍ ।ତେଣୁ ଏଥରଯେ ସହଜରେ କିଏ ଜଣେ ଜିତିଯିବ ଏଭଳି ଦୃଢ଼ୋକ୍ତି ବାଢ଼ିପାରିବେନି।ନବୀନଙ୍କ ସ୍ୱଚ୍ଛତା ନାମରେ ବ୍ୟବସାୟିକ ନେତୃତ୍ୱ ଅବା ବିକାଶ ନାମରେ ଅସଂଗଠିତ ନେତୃତ୍ୱ ଉପରେ ସାଧାରଣ ଜନତାଙ୍କ ରହୁଛି ବଡ ସନ୍ଦେହ। ସେପଟେ ବାରମ୍ବାର ନିର୍ବାଚନ ମୈଦାନକୁ ଓଲ୍ଲେଇ ଦ୍ୱିତୀୟ ସ୍ଥାନରେ ରହୁଥିବା କଂଗ୍ରେସ ପ୍ରାର୍ଥୀ ଏକା ଜିତିଲେ କ’ଣ ହେବ ନିର୍ବାଚନ ମଣ୍ଡଳୀର ଭବିଷ୍ୟତ ବୋଲି ଲୋକଙ୍କ ଯେଉଁ ଧାରଣା ରହିଛି କ୍ରମଶଃ ତାହା ବଦଳିବାରେ ଲାଗିଛି।ଦିନ ଯେତିକି ଗଡୁଛି ଲୋକଙ୍କ ମନ ଭିତରେ କଣ ରହିଛି ତାହା ଦିନକୁ ଦିନ ପଦାକୁ ଆସିବାରେ ଲାଗିଛି।
ଏସବୁକୁ ବିଚାରକୁ ନେଲେ ଆଜି ଦିନରେ କେହି କାହାକୁ କମ୍ ରେ ନାହାଁନ୍ତି।ତେବେ ଏହି ୩ ମୁଖ୍ୟ ଦଳିୟ ପ୍ରାର୍ଥୀଙ୍କ ବ୍ୟତୀତ ନିର୍ବାଚନରେ ସ୍ୱାଧିନପ୍ରାର୍ଥୀଙ୍କ ମଧ୍ୟ ଆବିର୍ଭାବ ହେବା ସମ୍ଭାବନା ରହିଛି।ଏଭିତରେ ବର୍ତ୍ତମାନର ଘୋଷିତ ପ୍ରାର୍ଥୀଯେ ନିର୍ବାଚନ ଲଢ଼ିବେ ତାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ହୁଏତ ରାଜନୀତି ଗଣିତରେ ଆଉ କିଛିବି ବଦଳିପାରେ।ରେଢାଖୋଲକୁ ନେଇ ଏଭଳି ଅନୁମାନ କଷୁଛନ୍ତି ରାଜନୈତିକ ବିଶାରଦ।ଏପରିକି ଏହା ଆଉ ଦିନେ ୨ଦିନ ଭିତରେ ସ୍ପଷ୍ଟ ହେଉଥିବ ବୋଲି ଆକଳନ କରାଯାଉଛି।ଫଳରେ ରେଢାଖୋଲରେ ଯେ,ନୂତନ ଦିଶାର ସୂର୍ଯୋଦୟ ଉଦୟ ନହେଉଛି କିଏ କହିବ ?
ବର୍ତ୍ତମାନର ଗଣନା ଆସନ୍ତାକାଲିକୁ ନଥିବ।ରେଢାଖୋଲ ବାସୀ ଯାହା ଚାହୁଁଛନ୍ତି ତାହାହିଁ ଘଟିବାକୁ ଯାଉଥିବା ପୁର୍ବନୁଭାଷ ମିଳିଲାଣି।ଏଭଳି ପରିସ୍ଥିତିରେ ବିଭିନ୍ନ ଦଳରୁ ଆଶାୟୀ ପ୍ରାର୍ଥୀ ନିରାଶ ହେବେକି ? ନାଁ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ତାକୁ ନେଇ ବର୍ତ୍ତମାନ ଚାଲିଛି ଅଙ୍କକଷା।ହେଲେ ଶେଷ ମୁହୂର୍ତ୍ତରେ ବିଜେଡିର ସମ୍ବଲପୁର ଓ ରେଢାଖୋଲ ଆସନ ପରିବର୍ତ୍ତନ ହୋଇ ଇଂ ରୋହୀତଙ୍କୁ ସମ୍ବଲପୁର ଠେଲି ତାଙ୍କ ସ୍ଥାନରେ ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ଆସିନ କରିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ସେହି ମହଳରୁ ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ