Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆରମ୍ଭ ହେଲାଣି ପ୍ରଚାର; ଆଜି ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡ଼ା: ଆସନ୍ତା ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିଲାଗି ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହେଲାଣି ସମରସଜ୍ଜା। ଏଥିପାଇଁ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ।

ସୂଚନା ଅନୁଯାୟୀ ଆସନ୍ତା ୧୮ରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ଭରିବେ। ଆଜି ନେବେ ଦଳୀୟ ଟିକେଟ। ନିର୍ବାଚନ ଲାଗି ସବୁ ଦଳ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସବୁ ଦଳ ଲାଗିପଡ଼ିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ