Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଡା.ରାସେଶ୍ବରୀ ଙ୍କ ଆଶିର୍ବାଦ ନେଲେ ଧର୍ମେନ୍ଦ୍ର

ସମ୍ବଲପୁର:ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସିକ ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଆଜି ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଶୀର୍ବାଦ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନନେତ୍ରୀ ଡା. ପାଣିଗ୍ରାହୀ ସମ୍ବଲପୁରର ଜଣେ ଦୃଢ ସଙ୍ଗଠିକା ଓ ସମାଜସେବୀ ଭାବେ ଜଣାଶୁଣା । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ଡ. ପାଣିଗ୍ରାହୀ ଏକ ଶକ୍ତିଶାଳୀ ରାଜନୈତିକ ପରିବାରରୁ ଆସିଥିବା ବେଳେ ଦୃଢ଼ ସାଂଗଠନିକ ଦକ୍ଷତା ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବରେ ଆଜି ଶ୍ରୀ ପ୍ରଧାନ ଡା. ରାସେଶ୍ୱରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି ।ଡା.ରାସେଶ୍ବରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କ ଏହି ସୌଜନ୍ୟ ମୂଳକ ସାକ୍ଷାତକୁ ନେଇ ରାଜନୈତିକ ମହଳରେ ବର୍ତ୍ତମାନ ସରଗରମ ଆଲୋଚନା ଚାଲିଛି।