Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟି-୨୦ ବିଶ୍ୱକପ୍ ପାଇଁ ଆଜି ହେବ ଭାରତୀୟ ଦଳ ଘୋଷଣା ! ହୋଟେଲ ପହଞ୍ଚିଲେ ଅଗରକର ଓ ଶାହ

ନୂଆଦିଲ୍ଲୀ: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଜୁନରେ ମାସରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇପାରେ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ମନୋନୟନକାରୀ ଅଜିତ ଅଗରକରଙ୍କ ମଧ୍ୟରେ ଦଳ ଘୋଷଣା ନେଇ ବିସ୍ତୃତ ଆଲୋଚନା ହୋଇ ସାରିଛି । ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଦଳ ଘୋଷଣା ହୋଇଯିବ । ଦଳ ଘୋଷଣା ପାଇଁ ଅନ୍ତିମ ତାରିଖ ମେ ୧ ତାରିଖ ରହିଛି ।

ଦଳ ଘୋଷଣା ପାଇଁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ବିସିସିଆଇ ସଂପାଦକ ଜୟ ଶାହ ଅହମ୍ମଦାବାଦର ଆଇଟିସି ନର୍ମଦା ହୋଟେଲ ପହଞ୍ଚିଛନ୍ତି । ତେବେ ମନୋନୟନକାରୀଙ୍କ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ୱିକେଟ୍ କିପର ବ୍ୟାଟସମ୍ୟାନଙ୍କୁ ନେଇ ରହିଛି । କାରଣ ଦୌଡରେ ସଞ୍ଜୁ ସାମସନ, ଋଷଭ ପନ୍ତ ଓ କେଏଲ ରାହୁଲ ରହିଛନ୍ତି । ଏଥିରେ ଦୁଇ ଜଣଙ୍କୁ ଦଳରେ ସାମିଲ କରାଯିବ । ସେହିପରି ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରାଙ୍କ ସହିତ ଆଉ କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ତାହା ଦେଖିବା ବାକି ରହିଲା ।

ସମ୍ଭାବିତ ଦଳ

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ( ୱିକେଟ୍ କିପର), ଋଷଭ ପନ୍ତ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶିବମ ଦୁବେ, ରିଙ୍କୁ ସିଂ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ/ଅଭେଶ ଖାନ । ଏହା ବ୍ୟତୀତ କେଏଲ ରାହୁଲ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ ଓ ସନ୍ଦୀପ ଶର୍ମାଙ୍କ ନାଁ ଦାବିଦାର ଭାବେ ସାମିଲ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ