Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, ଦଶମ ଡେଇଁ ନାହାନ୍ତି , ଜଣେ ସ୍କୁଲ ମାଡି ନାହାନ୍ତି

ଭୁୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି । ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ ଅଛନ୍ତି । ଏଥିରେ କେତେ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ଏବଂ ଶିକ୍ଷାଗତ ଯୋଗ୍ୟତା କେତେ ସବୁ ଉଲ୍ଲେଖ ରହିଛି । ଏଥିରୁ ଦଶମ ଡେଇଁ ନାହାନ୍ତି ୩ ପ୍ରାର୍ଥୀ ।

ଏଡିଆର ଓ ଓଡିଶା ଇଲେକ୍ସନ ୱାଚର ରିପୋର୍ଟ ଅନୁଯାୟୀ, ୪ ସଂସଦୀୟ କ୍ଷେତ୍ରରେ ମଇଦାନରେ ଅଛନ୍ତି ୩୭ ସାଂସଦ ପ୍ରାର୍ଥୀ । ଏଥିରୁ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ୩୭ ସାଂସଦ ପ୍ରାର୍ଥୀରୁ ୧୭ ଜଣ କୋଟିପତି ରହିଛନ୍ତି । ଆଉ ମାଳବିକା ଦେବୀ ସବୁଠୁ ଧନୀ । କଳାହାଣ୍ଡି ଲୋକସଭାର ବିଜେପି ପ୍ରାର୍ଥୀ ମାଳବିକାଙ୍କ ମୋଟ୍ ସମ୍ପତ୍ତି ୪୧ କୋଟି ୯୮ ଲକ୍ଷ ।

ଏଡିଆର ରିପୋର୍ଟ ଅନୁଯାୟୀ, ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ଦଶମ ପାସ କରି ନାହାନ୍ତି ୩ ପ୍ରାର୍ଥୀ । ଜଣେ ସ୍କୁଲ ବି ମାଡି ନାହାନ୍ତି । ୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ୍ ପାସ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁରରେ ମତଦାନ ମେ ୧୩ ତାରିଖରେ ହେବାକୁ ଯାଉଛି ।