Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୪ ବର୍ଷ ରେ ପିଇବା ପାଣି ଯୋଗେଇ ପାରିଲେନି ବିଶ୍ୱସ୍ତରୀୟ ୫ଟି ବ୍ୟବସ୍ଥା – ପ୍ରମୋଦ

ସମ୍ବଲପୁର ତା.୦୪/୦୫ – ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟ ରେ କ୍ଷମତା ରେ ଥିବା ବିଜେଡି ସରକାର ରାଜ୍ୟବାସୀ ଙ୍କ ପାଇଁ କଣ କରିଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଜନତା ଙ୍କ ପ୍ରଶ୍ନ ନେଇ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପ୍ରସଙ୍ଗ ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାର ଙ୍କୁ ଟାର୍ଗେଟ କରୁଛି ବିଜେପି । ଆଜି ଏହି ମର୍ମ ରେ ସର୍ବାଗ୍ରେ ଚର୍ଚ୍ଚିତ ଓଡ଼ିଆ ସ୍ୱାଭିମାନ ଏବଂ ସର୍ବତ୍ର ବିସ୍ତୃତ ପାନୀୟ ଜଳ ସମସ୍ୟା କୁ ନେଇ ସରକାର ଙ୍କୁ କାଠଗଡା ରେ ଠିଆ କରିଛନ୍ତି ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ । ସରକାର ଙ୍କୁ ଟାର୍ଗେଟ କରି ଡ଼.ରଥ ପଚାରିଛନ୍ତି ଯେ…
ପୁରୁଣା ମଠ ମନ୍ଦିର ସବୁ ଭାଙ୍ଗି ୪୨ ଶହ କୋଟି ଖର୍ଚ୍ଚ କରି ଚାରୋଟି ଶୌଚାଳୟ ତିଆରି କରିବା କୁ କଣ ଓଡ଼ିଆ ସ୍ୱାଭିମାନ କୁହାଯାଏ କି..?ସମଲେଇ ପ୍ରକଳ୍ପ ରେ ସ୍ଥାନୀୟ ଲୋକ ଙ୍କୁ ଅଣଦେଖା କରି ଅଣ ଓଡ଼ିଆ ଠିକାଦାର ଓ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଓଡ଼ିଆ ସ୍ୱାଭିମାନ କୁହାଯାଏ କି…?
ଆଳୁ, ପିଆଜ, ମାଛ, ଅଣ୍ଡା ଭଳି ଖାଦ୍ୟ ପଦାର୍ଥ ଉପରେ ବାହାର ରାଜ୍ୟ ଉପରେ ନିର୍ଭର କରିବା କୁ ଓଡିଆ ସ୍ୱାଭିମାନ କୁହାଯାଏ କି…?
ଓଡ଼ିଆ ମନ୍ତ୍ରୀ ସାଂସଦ ବିଧାୟକ ବାଉଁଶ ପୋତି, ଦରି ବିଛେଇ, ଲୋକ ବୋହି ଅଣଓଡ଼ିଆ ଗୁମାସ୍ତା ଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଓଡ଼ିଆ ସ୍ୱାଭିମାନ କୁହାଯାଏ କି…?
ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ନା କୁ ବଦଳେଇ କାର୍ତ୍ତିକ ପଣ୍ଡା କରିଦେଲେ ଜଣେ ସ୍ୱାଭିମାନୀ ଓଡ଼ିଆ ହୋଇ ଯିବନି ବୋଲି ଡ଼.ରଥ କହିଛନ୍ତି ।
ଅନ୍ୟପଟେ ହୀରାକୁଦ ନଦୀବନ୍ଧ ଯୋଜନା ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ର ହଜାର ହଜାର ପରିବାର ବାସାଚ୍ୟୁତ ହେଲେ, ଜମିହରା ବାସହରା ହେଲେ । ଦେଶ ର ବିକାଶ ଓ ବନ୍ୟା ଦଉ ରୁ ଉପକୂଳ ଓଡିଶା କୁ ବଞ୍ଚେଇବା ପାଇଁ ପୈତୃକ ଘର ଜମି ଛାଡି ଐତିହାସିକ ବଳିଦାନ ଦେଲେ । ହୀରାକୁଦ ନଦୀବନ୍ଧ ର ତିନୋଟି ଯାକ ମୂଳ ଉଦ୍ଦେଶ୍ୟ ଜଳ ସେଚନ, ପାନୀୟ ଜଳ ଓ ବିଦ୍ୟୁତ ଉତ୍ପାଦନ ର ଲାଭ ରୁ ବଞ୍ଚିତ ରହିଲେ ପଶ୍ଚିମାଞ୍ଚଳବାସୀ । ବିଶେଷ କରି ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ରେ ଶାସନ ଗାଡ଼ି ରେ ବସିଥିବା ବିଜେଡି ସରକାର ନା ଜଳସେଚନ ର ଉନ୍ନତି ପାଇଁ କିଛି କଲେ ନା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରେ କିଛି କଲେ । ଆଉ ବିଦ୍ୟୁତ ଯୋଗାଣ ଓ ପାଉଣା ଆଦାୟ ନାଁ ରେ ଯେଉଁ ଲୁଣ୍ଠନ କରୁଛନ୍ତି ତାହା ତ ନ କହିଲେ ସରେ ।
ଦୀର୍ଘ ବର୍ଷ କାଳ ଶାସନ ରେ ରହିଲା ପରେ ମଧ୍ୟ ରାଜ୍ୟବାସୀ ଙ୍କୁ ପାନୀୟ ଜଳ, ଶିକ୍ଷା, ସ୍ୱସ୍ଥ୍ୟ, ଗମନାଗମନ ଭଳି ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇ ପାରିଲେନି ଏଇ ବିଜ୍ଞାପନ ସର୍ବସ୍ବ ସରକାର । ରାଜ୍ୟବାସୀ ଙ୍କୁ କେବଳ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବା ପାଇଁ ବିଗତ ଦଶ ବର୍ଷ ରେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ରୁ ଅଧିକ ଅନୁଦାନ ଦେଇଛନ୍ତି । ହେଲେ ପ୍ରକୃତ ରେ ତୃଣମୂଳ ସ୍ତର ରେ ଫଳ ଶୁନ୍ୟ । ରାଜ୍ୟ ରେ ୫୦% ରୁ ଅଧିକ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେଇ ପାରି ନାହାଁନ୍ତି ଏ ସରକାର । ୨୦୧୪ ରେ ସମ୍ବଲପୁର ରେ ଜଣ୍ଡିସ, ନିକଟ ଅତୀତ ରେ ରାଉରକେଲା ରେ ହଇଜା, ହୀରାକୁଦ ରେ ହଇଜା, ସମ୍ବଲପୁର ରେ ହଇଜା ସରକାର ଙ୍କର ନକଲି ବିକାଶ ର ଅସଲ ମୁଖା ଖୋଲି ଦେଇଛି । ୨୦୧୪ ରେ ସମ୍ବଲପୁର ରେ ଜଣ୍ଡିସ ବ୍ୟାପିଥିବା ସମୟ ରେ ପୁରୁଣା ପାଇପ ଲାଇନ ବଦଳେଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୬୦କୋଟି ଦେଇଥିଲେ, ହେଲେ କାମ କେଉଁଠି ବି ହେଲା ଭଳି ଦୃଶ୍ୟମାନ ହେଇନାହିଁ । ଗତ ସପ୍ତାହ ରେ ପି.ଏଚ.ଡି ପାଣି ରେ ପୋକ ବାହାରିବା ଭଳି ଘଟଣା ଲୋକଙ୍କୁ ବିଚଳିତ କରିବା ସଙ୍ଗେ ଲୋକଙ୍କ ମନରେ ସରକାର ଙ୍କ କାର୍ଯ୍ୟକଳାପ ବିକାଶ ପାଇଁ ନା ବିନାଶ ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଶୁଦ୍ଧ ପାଣି ଟିକେ ଲୋକଙ୍କୁ ଯୋଗେଇ ଦେଇ ପାରି ନଥିବା ୨୪ ବର୍ଷିଆ ସରକାର ଙ୍କ ନେତା ମନ୍ତ୍ରୀ କେଉଁ ଆଧାର ରେ ମିଥ୍ୟା ବିକାଶ ର ଭାଷଣ ଦେଇ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ଡ଼.ରଥ ପ୍ରଶ୍ନ କରିଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ବିଜେପି ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ କୁମାର ରଥ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ