Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସଦର ପୋଲିସର ସଫଳତା:୩୬ ଲକ୍ଷ ଟଙ୍କାର ଗଞ୍ଜାଇ ଜବତ,୩ ଗିରଫ

ସମ୍ବଲପୁର(ସିନ୍ଦୁରପଙ୍କ):ସଦର ପୋଲିସ ଦେଖାଇଛି ବଡ ସଫଳତା।ଗଞ୍ଜାଇ ଉପରେ ରୋକ ଲାଗିଥିବା ବେଳେ ଏଭଳି ସାମଗ୍ରୀକୁ ବେଆଇନ ଭାବେ ପରିବହନ କରାଯାଉଥିବା ଖବର ପାଇ ସଦର ପୋଲିସ ଚଢାଉ କରି ଏକ ବଡ ସଫଳତାର ନିଦର୍ଶନ ଦେଖାଇଛି।
କବରାପାଲି ପଞ୍ଚାୟତର କୁଟୁରାଝୁରୀ ଗ୍ରାମରୁ ଏକ ହୋଣ୍ଡା ବ୍ରିଓ କାର (ଓଡି-୧୭ କେ ୦୪୫୨)ରେ ବେଆଇନ ଭାବେ ପରିବହନ ହେଉଥିବା ସମୟରେ ସଦର ପୋଲିସ ଏସ.ଆଇ ଡି.ବେହେରା ଙ୍କ ନେତୃତ୍ୱରେ ଚଢାଉ କରି ୬୦୩.୩୦ କି.ଗ୍ରାର ଗଞ୍ଜାଇ ସହିତ ୩ ଜଣଙ୍କୁ ଗିରଫ କରିଛନ୍ତି।ଗିରଫ ୩ ଜଣଙ୍କ ୩ ମୋବାଇଲ ମଧ୍ୟ ପୋଲିସ ଜବତ କରିଛି। ଜବତ ହୋଇଥିବା ଗଞ୍ଜାଇର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ଟଙ୍କାର ହେବ ବୋଲି ସଦର ପୋଲିସ ଅନୁମାନ କରିଛନ୍ତି।
ଏହି ଘଟଣାରେ ସଂପୃକ୍ତ କବରାପାଲି ଗ୍ରାମର ଲଲିତ ଭୋଇ (୫୪),ସମ୍ବଲପୁର କୁଞ୍ଜେଲପଡାର ସତିଶ କୁମାର ପ୍ରଧାନ (୩୮) ଓ ସୋନାପାଲିର ଏମ.ଡି. ଇସରାର (୪୯) ଙ୍କୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସଦର ଓଆଇସି ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।