Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହାତ ଧୁଆ ଦିବସ ପାକଲନ କ‍ଲେ

ସମ୍ବଲପୁର:ଗତଲାଲି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତପଡ଼ା ତରଫରୁ ସୁନପଳ୍ଳି ଠାର ବିଶ୍ଵ ହାତଧୁଆ ଦିବସ ପାଳନ କରାଯାଇଥିଲା ! ଆଜିର ଏହି ଦିବସ ରେ ଆଶା କର୍ମୀ, ମହିଳା ଆରୋଗ୍ୟ ସମିତି ର ସଦସ୍ୟ, ସ୍ବଚ୍ଛ ସାଥୀ ତଥା ଜନସାଧାରଣ ଯୋଗଦାନ କରିଥିଲେ ।ଏହି ଦିବସ ରେ ଆମ ହାତକୁ କିପରି ସ୍ୱଚ୍ଛ ଭାବରେ ଧୋଇ ପାରିବା ଦ୍ଵାରା ବିଭିନ୍ୟ ଦୈନିକ ସଂକ୍ରମଣ ରୁ ରକ୍ଷା ପାଇବା ସେ ବିଷୟରେ ଆଲୋକପାତ କରାଯାଇଥିଲା। ହାତ ଧୋଇବା ର ସଠିକ ପ୍ରଣାଳୀ ର ବିଷୟର ବର୍ଣ୍ଣନା କରାଯାଇଥିଲା।ଏହି ଅବସରରେ ବର୍ତ୍ତମାନ ର ଗ୍ରୀଷ୍ମ ପ୍ରବାହ ସମୟରେ ଆମ ନିଜକୁ ତଥା ପରିବାରକୁ ରକ୍ଷା କରିବା ସେ ବିଷୟରେ ମଧ୍ୟ ଏକ ଆଲୋଚନା ହୋଇଥିଲା। ଏହି ଅବସରରେ ଓରାସ୍ ର ସଠିକ ଭାବରେ ପ୍ରସ୍ତୁତିର ବିଧି ଉପସ୍ଥାପନ ମଧ୍ୟ କରାଯାଇଥିଲା ଆଜିର ଏହି ଦିବସ ରେ ଅତିଥି ଭାବରେ ସରିତା ଶର୍ମା ଯୋଗଦାନ କରିଥିଲେ ଏବଂ ସ୍ବାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ବିଷୟର କିପରି ଗୁରୁତ୍ୱ ପୂର୍ଣ୍ଣ ସେ ବିଷୟରେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ, ସୁଜାତା ରାଣୀ ମିଶ୍ର,ନିତୁ ବଡ଼ପଣ୍ଡା,ହାର୍ଦ୍ଦିକ ପାତ୍ର,ଦିନି ନାୟକ ପ୍ରମୁଖ ସାହାଯ୍ୟ କରିଥିଲେ।