Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ହାଇ ପ୍ରୋଫାଇଲ ଚୋର: କାରରେ ଆସିଲେ, ଦୋକାନରେ କଳାକନା ବୁଲାଇଲେ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୁଲୁଛନ୍ତି ହାଇ ପ୍ରୋଫାଇଲ ଲୁଟେରା । ଦାମୀ କାରରେ ଆସି ଜିନିଷ କିଣିବା ବାହାନାରେ ଦୋକାନରେ ବୁଲାଇଲେ କଳାକନା । ଦୋକାନୀ ଜଣଙ୍କ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭିରେ କଏଦ ଲୁଟ ବେଳର ଦୃଶ୍ୟ ।
ବଡ଼ଗଡ଼ ଥାନା ଲୁଇସ ରୋଡରେ ଥିବା ରେବା ଗାର୍ମେଣ୍ଟ ନାମକ ଦୋକାନରୁ ହୋଇଛି ଚୋରି । ମିଳିଥିବା ସୂଚନା ଅନୁସାରେ, ଦୋକାନ ଆଗରେ ଏକ ଧଳା ରଙ୍ଗରେ କାର୍‌ ଅଟକି ଥିଲା । ସେଥିରୁ ଜଣେ ମହିଳା ଓ ଜଣେ ପୁରୁଷ ବାହାରି ଦୋକାନକୁ ଆସିଥିଲେ । ଦୋକାନ ଭିତରକୁ ଯିବା ପରେ ମହିଳା ଜଣଙ୍କ ଦୋକାନୀଙ୍କୁ ଜିନିଷ ଦେଖିବାକୁ ଡାକିଥିଲେ । ଏହି ସମୟରେ ପୁରୁଷ ଜଣଙ୍କ ମଉକା ଦେଖି କାଉଣ୍ଟର ଡ୍ର ଖୋଲା ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ । ଲୁଟ୍‌ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି । ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି । ପୋଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି ।