Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେଢାଖୋଲ ବିଜୟ ପାଇଁ ପ୍ରଶନ୍ନଙ୍କ ମାରାଥନ ପ୍ରଚାର,ଲୋକସଭା ଓ ବିଧାନସଭା ଉଭୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ନିର୍ବାଚିତ କରିବାକୁ କଲେ ନିବେଦନ

ସମ୍ବଲପୁର(ରେଢାଖୋଲ):ବିଜେଡି କରିଛି ଆଜି ମାରାଥନ ପ୍ରଚାର।ଲୋକସଭା ଓ ବିଧାନସଭା ଉଭୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ନିର୍ବାଚିତ କରିବାକୁ ରେଢାଖୋଲ ବିଧାନସଭା ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ ଗାଁକୁ ଗାଁ ବୁଲି କରିଛନ୍ତି ନିବେଦନ।ଏଥିରେ ସାଥ ଦେଇଛନ୍ତି ରେଢାଖୋଲର ଟାଣୁଆ ଓ ଛାମୁଆ ନେତା।
ଆଜି ରେଢାଖୋଲ ବ୍ଲକର ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ,ରେଢାଖୋଲ ବ୍ଲକ୍ ବିଜେଡି ସଭାପତି ଉଦିତ ତ୍ରିପାଠୀ,ବିଜେଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ପ୍ରଧାନଙ୍କ ସମେତ ସେହି ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ସରପଞ୍ଚ୍ , ସମିତି ସଭ୍ୟ ଓ ଛାମୁଆ ସଂଗଠକ ମାନଙ୍କୁ ନେଇ ମୋଚିବାହାଲ,ବଡ ମୁଗପାଲ, ସାତସମା,ଭାଲିଆକଟା,ଗୋପାଲପୁର,ବଡମାଲ, କୁର୍ସୁଡା,ଚୁଟାମୁଣ୍ଡା, ସାଗଝୁରୀ, ସୁନାମୁଦି ପ୍ରମୁଖ ଅଞ୍ଚଳ ବୁଲି ଭୋଟ ଭିକ୍ଷା କରିଥିଲେ ।ଏଥିରେ ସାଥି ଦେଇଥିଲେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା।
ଆଜିର ଏହି ମାରାଥନ ପ୍ରଚାର ନେଇ ବିଜେଡି ରେଢାଖୋଲ ନିର୍ବାଚନ ମଣ୍ଡଳୀର ମିଡିଆ ସଂଯୋଜକ ସଚିନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।