Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଷ ପର୍ଯ୍ୟାୟରେ ନୃସିଂହନାଥ ପୀଠ ବୈଶାଖ ମେଳା ପ୍ରସ୍ତୁତି

ବରଗଡ଼(ପାଇକମାଲ):ବରଗଡ଼ ଜିଲ୍ଲା ର ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ପୀଠ ଠାରେ ମାର୍ଯାରକେଶରୀ ନୃସିଂହନାଥ ଙ୍କ ର ଜନ୍ମ ଉତ୍ସବ ଓ ବୈଶାଖ ମେଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୃସିଂହନାଥ ପୀଠ। ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ଦୁଇ ପାର୍ଶ୍ଵରେ ଥିବା ହରି ଓ ହରି ଙ୍କ ପୀଠ ହରିଶଙ୍କର ଓ ନୃସିଂହନାଥ ରେ ପ୍ରତିବର୍ଷ ବୈଶାଖ ମେଳା ଅନୁଷ୍ଠିତ ହୋଇଥାଏ । ଏଥର ମଧ୍ୟ ମେ ୧୯ ରୁ ମେ ୨୩ ନୃସିଂହନାଥ ପୀଠ ଠାରେ ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ଓ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ଭଲି ଏଥର ମେ ୧୯ ରେ ବୈଶାଖ ମେଳା କଳସ ଶୋଭାଯାତ୍ରାରୁ ମେଳା ଶୁଭାରମ୍ଭ ହୋଇ ୨୦ ରୁ ୨୨ ବିଶ୍ଵଶାନ୍ତି ହୋମ ମହାଯଜ୍ଞ, ଏକଲକ୍ଷ ଏକ ବିଜମନତ୍ର ଜପ ରାତିରେ ଗୁପ୍ତ ପୂଜାର୍ଚ୍ଚନା ଓ ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ପାଳନ ହେବ। ପରମ୍ପରା ଅନୁସାରେ ବର୍ଷ କୁ ଥରେ କନ୍ଧ ସଂପ୍ରଦାୟର ବଂଶଧର ରିତିନୀତି ଅନୁସାରେ ମାର୍ଜାରକେଶରୀ ନୃସିଂହନାଥ ଙ୍କୁ ପୀଠ କନ୍ଦା ଭୋଗ ଅର୍ପଣ କରିବାର ବିଧି ରହିଅଛି ଯାହା ଜନ୍ମ ଉତ୍ସବ ଓ ବୈଶାଖ ମେଳା ର ମୁଖ୍ୟ ପର୍ବ ଅନୁଷ୍ଠିତ ହେବାପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବୈଶାଖ ମେଳା ରେ ଓଡ଼ିଶା ରାଜ୍ୟ ସମେତ ପଡୋଶୀ ଛତିଶଗଡ଼ ରୁ ଲକ୍ଷାଧିକ ଭକ୍ତଙ୍କ ଦିବାରାତ୍ରି ସମାଗମ ହେଉ ଥିବାରୁ ଯାତ୍ରୀ ଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ, ମୀନା ବଜାର ର ବ୍ୟବସ୍ଥା କମିଟି ତରଫରୁ କରାଯାଉଥିବା ବେଳେ ପ୍ରବଳ ଗରମ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଯାତ୍ରୀ ପ୍ରତିକ୍ଷା ପାଇଁ ବିଶ୍ରାମ ଗୃହ, ଆଇନ ଶୃଂଖଳା ପାଇଁ ପୋଲିସ ଓ ସ୍ବେଛାସେବୀ, ପ୍ରଭୃତି ଆନୁସଂଗିକ ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟି ତରଫରୁ କରାଯାଉଥିବା ଓ ବୈଶାଖ ମେଳା ଓ ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ